
ଟୋକିଓ : ଦ୍ୱିତୀୟ ଦିନରୁ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଛି । ଦଳ ପକ୍ଷରୁ ହରମନପ୍ରୀତ ସିଂ ଦୁଇଟି ଗୋଲ ଦେଇଥିବା ବେଳେ ଗୋଟିଏ ସମୟରେ ଭାରତ ୩-୧ରେ ଆଗୁଆ ଥିଲା । ତେବେ ତୃତୀୟ କ୍ୱାଟର୍ସରେ ପ୍ରତିପକ୍ଷ ଖେଳାଳି ଗୋଟିଏ ଗୋଲ ଦେଇଥିବା ବେଳେ ଶେଷରେ ଟୋକିଓରେ ଭାରତ ବିଜୟ ହାସଲ୍ କରିଥିଲା ।