ମନ୍ଦସୌର : ମଧ୍ୟପ୍ରଦେଶର ମନ୍ଦସୌର ସହରର ତିନୋଟି ମଦ ଦୋକାନରେ ଦେଶୀ ମଦ କିଣିବା ଉପରେ ୧୦ ପ୍ରତିଶତ ରିହାତି ଦିଆଯିବାକୁ ଘୋଷଣା କରାଯାଇଛି । ତେବେ ଏହି ରିହାତି ପାଇବାକୁ ହେଲେ କରିବାକୁ ହେବ ଏହି କାମ । ଏହି ରିହାତି ନଭେମ୍ବର ୨୪ରେ କେବଳ ଗୋଟିଏ ଦିନ ପାଇଁ ରଖାଯାଇଛି । ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶରେ ଡିସେମ୍ବର ଶେଷ ପର୍ଯ୍ୟନ୍ତ ୧୮ ବର୍ଷରୁ ଅଧିକ ଥିବା ସମସ୍ତ ନାଗରିକଙ୍କୁ କୋଭିଡ଼ ଟୀକାକରଣ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କ୍ରମରେ ନଭେମ୍ବର ୨୪ରେ ଷଷ୍ଠ ମହାଅଭିଯାନ ଜାରି ରହିଛି । ଜିଲ୍ଲା ଅବକାରୀ ଅଧିକାରୀ ଅନିଲ୍ ସଚିନ୍ କହିଛନ୍ତି, କୋଭିଡ଼-୧୯ର ଦ୍ୱିତୀୟ ଡୋଜ ଲଗାଇଥିବା ବ୍ୟକ୍ତିଙ୍କୁ ଏହି ଅଫର୍ ଦିଆଯିବ । ମନ୍ଦସୌର ବିଜେପି ବିଧାୟକ ୟସ୍ପାଲ ସିଂ ସିସୋଦିଆ ଏହି ଅଫର୍କୁ ସମାଲୋଚନା କରିଥିବା ଜଣାପଡ଼ିଛି ।
Prev Post