centurian jitm

ଅଚଳ ହେବ ୨ ହଜାର ଟଙ୍କିଆ ନୋଟ୍‌

  • ମେ’ ୨୩ରୁ ସେପ୍ଟେମ୍ବର ୩୦ ଭିତରେ ବଦଳାଇହେବ

ମୁମ୍ବାଇ : ଅଚଳ ହେବ ୨ ହଜାର ଟଙ୍କିଆ ନୋଟ୍‌ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୦୦ ଟଙ୍କିଆ ନୋଟ୍‌କୁ ବଜାରକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ ଏହି ସମୟସୀମା ପରେ ଏହି ନୋଟ୍‌କୁ ନେଇ ଆଉ ସମ୍ଭବତଃ କାରବାର କରିହେବ ନାହିଁ । ୨୦୦୦ ଟଙ୍କିଆକୁ ବଦଳାଇବା ଲାଗି ଲୋକମାନଙ୍କୁ ଚଳିତବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଚଳିତ ମାସ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେବ । ୨୦୦୦ ଟଙ୍କିଆ ନୋଟ୍‌କୁ ଲୋକମାନେ ନିଜ ବ୍ୟାଙ୍କ ଖାତାରେ ଜମା କରିପାରିବେ ଅନ୍ୟଥା ତାହାକୁ ବ୍ୟାଙ୍କ ଶାଖାରେ ବଦଳାଇ ଅନ୍ୟ ନୋଟ୍‌ ଆଣିପାରିବେ । ଥରକେ ଜଣେ ବ୍ୟକ୍ତି ୨୦,୦୦୦ ଟଙ୍କା ବା ୧୦ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ବଦଳାଇପାରିବେ ଏବଂ ସେହି ମୂଲ୍ୟର ଅନ୍ୟ ନୋଟ୍ ଆଣିପାରିବେ । ବ୍ୟାଙ୍କ ଶାଖା ବ୍ୟତୀତ ଭାରତୀୟ ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟର ଇସ୍ୟୁ ବିଭାଗ ଦ୍ୱାରା ମଧ୍ୟ ଥରକେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍‌କୁ ବଦଳାଇବା ସୁବିଧା ପ୍ରଦାନ କରାଯିବ ।

ତେବେ ଆଉ କୌଣସି ନୂଆ ୨୦୦୦ ଟଙ୍କିଆ ନୋଟ୍‌ ଜାରି ନ କରିବାକୁ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛି । ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ଲାଗି ବ୍ୟାଙ୍କଗୁଡ଼ିକ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ମଧ୍ୟ ଜାରି କରାଯାଇଛି । ତେବେ ୨୦୦୦ ଟଙ୍କିଆ ଲିଗାଲ୍‌ ଟେଣ୍ଡର ହୋଇ ରହିବ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି ।

Leave A Reply

Your email address will not be published.