ନୂଆଦିଲ୍ଲୀ : ନରୱେର ନୋବେଲ କମିଟି ଗତ ଶୁକ୍ରବାର ଦିନ ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରିଥିବା ବେଳେ ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଚ୍ଛତ୍ରବାଦରୁ ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ହାସଲ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ମାରିଆ କୋରିନା ମାଚାଡୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଜଣେ ସାହସୀ ଓ ପ୍ରତିବଦ୍ଧ ଶାନ୍ତିର ନାୟକଙ୍କୁ ଦିଆଯାଏ । ମାଚୋଡ଼ୋ ଜଣେ ମହିଳା ଯିଏ ବଢୁଥିବା ଅନ୍ଧକାର ମଧ୍ୟରେ ଗଣତନ୍ତ୍ରର ଦୀପଶିଖା ଜଳାଇଛନ୍ତି । ନୋବେଲ ଶାନ୍ତି ପୁରସ୍କାର ସଂଗଠନ ଅନୁଯାୟୀ, ଆଲଫ୍ରେଡ୍ ନୋବେଲଙ୍କ ଇଚ୍ଛାପତ୍ରରେ କୁହାଯାଇଛି ଯେ ଏହି ପୁରସ୍କାର ସେହି ବ୍ୟକ୍ତିଙ୍କୁ ଦିଆଯିବ ଯିଏ ଶାନ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ସର୍ବାଧିକ ବା ସର୍ବୋତ୍ତମ କାର୍ୟ୍ୟ କରିଥିବେ ।
Next Post