ଇଣ୍ଡୋନେସିଆରେ ବିବାହ ପୂର୍ବରୁ ସେକ୍ସ ନିଷେଧ : ଅବଜ୍ଞା କଲେ ହେବ ୧ ବର୍ଷ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ : ଇଣ୍ଡୋନେସିଆ ସଂସଦ ମଙ୍ଗଳବାର ଦିନ ନୂତନ ଅପରାଧିକ ଆଇନକୁ ମଂଜୁରୀ ପ୍ରଦାନ କରିଛି । ଏଇ ଆଇନ ଅନୁସାରେ ବିବାହ ପୂର୍ବରୁ ସେକ୍ସକୁ ଅପରାଧିକ ପର୍ଯ୍ୟାୟଭୁକ୍ତ କରାଯାଇଛି । ଏହି ଆଇନକୁ ଅବଜ୍ଞା କଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହୋଇପାରେ । ଏହି ଆଇନ ଇଣ୍ଡୋନେସିଆର ନାଗରିକ ତଥା ଇଣ୍ଡୋନେସିଆରେ ରହୁଥିବା ବିଦେଶୀମାନଙ୍କ ପାଇଁ ସମାନ ଭାବରେ ଲାଗୁହେବ । ବିବାହ ପରେ ନିଜ ସହଧର୍ମିଣୀଙ୍କ ବ୍ୟତୀତ ଅନ୍ୟ କାହା ସହ ଶାରୀରିକ ସଂପର୍କ ସ୍ଥାପନ କଲେ ମଧ୍ୟ ଏହାକୁ ଅପରାଧ ଭାବେ ଗ୍ରହଣ କରାଯିବ । ତେବେ ଆଇନରେ କୁହାଯାଇଛି ଯେ, ଏହି ମାମଲାରେ ପତି, ପତ୍ନୀ କିମ୍ବା ସନ୍ତାନ ଯଦି ଅଭିଯୋଗ କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନୂତନ ଆଇନ ଅନୁସାରେ କେବଳ ପତିପତ୍ନୀଙ୍କ ମଧ୍ୟ ଶାରୀରିକ ସଂପର୍କ ରହିବ । ଅନ୍ୟଥା ଏହି ଆଇନର ଉଲଂଘନ କଲେ, ୧ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବା ସହ ଜୋରିମାନା ମଧ୍ୟ ଦେବାକୁ ପଡ଼ିପାରେ ।

Leave A Reply

Your email address will not be published.