ନୂଆଦିଲ୍ଲୀ : ଆଇନ୍ ଓ ନ୍ୟାୟ ମନ୍ତ୍ରାଳୟ ଶୁକ୍ରବାର ରାଜସ୍ଥାନ ହାଇକୋର୍ଟରେ ୯ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ଏକ ଅଧିସୂଚନା ଜାରି କରିଛି । ଏଥିରେ ୬ଜଣ ନ୍ୟାୟିକ ଅଧିକାରୀ ଥିବା ବେଳେ ଆଉ ୩ଜଣ ଅଧିବକ୍ତା ଅଛନ୍ତି । ଆଇନ୍ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ ରାଜସ୍ଥାନ ହାଇକୋର୍ଟଙ୍କ ସବୁ ନବନିଯୁକ୍ତ ବିଚାରପତିଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ସମ୍ୱନ୍ଧରେ ଜାରି ଅଧିସୂଚନାରେ ଅନୁଚ୍ଛେଦ ୨୧୭ର ଧାରା(୧) ଅନୁସାରେ ରାଷ୍ଟ୍ରପତି ୧- ଗଣେଶ ରାମ ମୀଣା , ୨- ଅନିଲ କୁମାର ଉପମନ , ୩- ଡା. ନୂପୂର ଭାଟୀ , ୪- ରାଜେନ୍ଦ୍ର ପ୍ରକାଶ ସୋନି , ୫- ଅଶୋକ କୁମାର ଜୈନ , ୬- ଯୋଗେନ୍ଦ୍ର କୁମାର ପୁରୋହିତ , ୭- ଭୁବନ ଗୋୟଲ , ୮- ପ୍ରବୀର ଭଟନାଗର ଓ ୯- ଆଶୁତୋଷ କୁମାରଙ୍କୁ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ)ରେ ବିଚାରପତି ନିଯୁକ୍ତ କରିଛନ୍ତି । ନବନିଯୁକ୍ତ ବିଚାରପତିଙ୍କର ବରିଷ୍ଠତା ସେମାନଙ୍କର ପଦଭାର ଗ୍ରହଣ କରିବାର ତାରିଖରୁ ପ୍ରଭାବୀ ହେବ । ରାଜସ୍ଥାନ ହାଇକୋର୍ଟରେ ବିଚାରପତିଙ୍କ ମୋଟ ୫୦ଟି ପଦ ସ୍ୱୀକୃତ ଅଛି ।
Prev Post