jayashree

ମାନବ ଅଧିକାର ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ରର ଷଷ୍ଠ ବାର୍ଷିକ ପ୍ରତିଯୋଗିତା ପାଇଁ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ପଂଜିକରଣ ଆରମ୍ଭ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ପକ୍ଷରୁ ମାନବ ଅଧିକାର ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ରର ଷଷ୍ଠ ବାର୍ଷିକ ପ୍ରତିଯୋଗିତା ପାଇଁ ପଂଜିକରଣ ଆରମ୍ଭ କରାଯାଇଛି । ତେବେ ଚଳିତ ବର୍ଷ ତିନୋଟି ଆର୍ଥିକ ପୁରସ୍କାରକୁ ଦ୍ୱିଗୁଣିତ କରାଯାଇ ଦୁଇ ଲକ୍ଷ, ଦେଢ଼ ଲକ୍ଷ ଏବଂ ୧ ଲକ୍ଷ ଅର୍ଥରାଶି ସହ ପ୍ରମାଣପତ୍ରର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଅନ୍‌ଲାଇନ୍‌ ପଂଜିକରଣ ପାଇଁ ଆହ୍ୱାନ କରାଯାଇଥିବା ବେଳେ ୧୫ ଅକ୍ଟୋବର ୨୦୨୦ ସୁଦ୍ଧା ପଂଜିକରଣ ଗ୍ରହଣ କରାଯିବାକୁ କୁହାଯାଇଛି । ପ୍ରତିଯୋଗିତାରେ ଭାଗ ନେବାକୁ ଥିବା କ୍ଷୁଦ୍ର ଚଳଚ୍ଚିତ୍ର ଯେକୌଣସି ଭାରତୀୟ ଭାଷାରେ ହୋଇଥିବା ସହ ତାର ସହଶୀର୍ଷକ ଇଂରାଜୀରେ ହୋଇଥିବା ଆବଶ୍ୟକ । ସୂଚନାଯୋଗ୍ୟ ଯେ, ପ୍ରତିଯୋଗିତାରେ ଭାଗ ନେଉଥିବା କ୍ଷୁଦ୍ର ଚଳଚ୍ଚିତ୍ର ୩ରୁ ୧୦ ମିନିଟ୍‌ ମଧ୍ୟରେ ହୋଇଥିବ ବୋଲି ଏନଏଚଆରସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.