om academy

ସମ୍ଭାବ୍ୟ କୋଭିଡ-୧୯ ଟୀକାର ଉପଲବ୍ଧତା ଓ ବିତରଣ ରଣନୀତି ନେଇ ଜାତୀୟ ବିଶେଷଜ୍ଞ ଦଳ ପକ୍ଷରୁ ଆଲୋଚନା

jsm

ନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ସମ୍ଭାବ୍ୟ ଟୀକା ପାଇଁ ଗଠିତ ଜାତୀୟ ବିଶେଷଜ୍ଞ ଦଳର ଏକ ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । ନୀତି ଆୟୋଗ ସଦସ୍ୟ ଡଃ ଭି.କେ. ପଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଏଥିରେ ସହ ଅଧ୍ୟକ୍ଷତା କରିଥିଲେ।
ବିଶେଷଜ୍ଞ ଦଳର ଏହି ବୈଠକରେ କୋଭିଡ-୧୯ ଟୀକାର ପରିକଳ୍ପନାଠାରୁ ଆରମ୍ଭ କରି ଏହାର ଡିଜିଟାଲ ଭିତ୍ତିଭୂମି ପରିଚାଳନା ଓ ଟୀକାକରଣ ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଦେଶରେ କୋଭିଡ-୧୯ ଟୀକା ପରିଚାଳନା ନିମନ୍ତେ ସ୍ଵଚ୍ଛାସେବୀ ଚିହ୍ନଟ ପ୍ରକ୍ରିୟା ଓ ଟୀକାକରଣ ପାଇଁ ଗଠିତ ସ୍ଥାୟୀ ବୈଷୟିକ ପରାମର୍ଶଦାତା ସବକମିଟିର ମତାମତ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଉଭୟ ଦେଶୀୟ ଓ ବିଦେଶୀ ଟୀକା ନିର୍ମାଣ ଏବଂ ଟୀକାକରଣ ପାଇଁ ଜନସଂଖ୍ୟାର ମାନକ ନିର୍ଦ୍ଧାରଣ ଭଳି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।
ବିଶେଷଜ୍ଞ ଦଳ କୋଭିଡ-୧୯ ଟୀକା ପାଇଁ ଆବଶ୍ୟକ ଅର୍ଥ ଓ ଏହାର ସମ୍ଭାବ୍ୟ ଉପଲବ୍ଧତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହାଛଡା ଏବାବଦ ବିସ୍ତୃତ ରଣନୀତି ଓ ସମ୍ଭାବ୍ୟ ଆବଶ୍ୟକତା ତଥା ବିତରଣ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଟୀକାର ନିରାପତ୍ତା, ଯାଞ୍ଚ ଓ ଏ କ୍ଷେତ୍ରରେ ଜନସମାଜର ସହାୟତା, ସ୍ଵଚ୍ଛ ତଥ୍ୟ ଓ ଜନସଚେତନତା ସୃଷ୍ଟି ବିଷୟରେ ଆଲୋଚନା ହୋଇଥିଲା । ଟୀକା ସମ୍ପର୍କରେ ଭାରତର ମୁଖ୍ୟ ପଡୋଶୀମାନଙ୍କୁ ସାହାଯ୍ୟ ଓ ଟୀକା ପ୍ରସ୍ତୁତି ନେଇ ଅଂଶୀଦାର ଦେଶମାନଙ୍କ ଯୋଗଦାନ ସମ୍ପର୍କରେ ମଧ୍ୟ ସଦସ୍ୟଗଣ ଆଲୋଚନା କରିଥିଲେ । ଭାରତ ଦେଶୀୟ ଟୀକା ପ୍ରସ୍ତୁତିର ସାମର୍ଥ୍ୟର ସମ୍ଭାବନା ଓ ଏଥିରେ ଭାରତ ବାହାର ଦେଶମାନଙ୍କର ଯୋଗଦାନ ଓ ଟୀକାର ଶୀଘ୍ର ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା ହୋଇଥିଲା । କେବଳ ଭାରତ ନୁହେଁ, ଅନ୍ୟାନ୍ୟ ଦେଶର ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକମାଙ୍କୁ କିପରି ଉପଲବ୍ଧ ହୋଇପାରିବ ସେନେଇ ମଧ୍ୟ ସଦସ୍ୟମାନେ ଆଲୋଚନା କରିଥିଲେ ।
ଟୀକା ପାଇବା ପାଇଁ ଅନ୍ୟ କୌଣସି ମାର୍ଗ ଅବଲମ୍ବନ ନକରିବା ପାଇଁ ସମିତି ପକ୍ଷରୁ ସମସ୍ତ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.