jittmm
sonalika

ନାସାର ‘ନ୍ୟୁ ମୁନ୍‌ ରକେଟ୍’ ଚନ୍ଦ୍ରପୃଷ୍ଠ ପାଇଁ ଉଡ଼ାଣ ଭରିଲା, ଅର୍ଦ୍ଧ ଶତାବ୍ଦୀ ପରେ ଚନ୍ଦ୍ରରେ ଅବତରଣ କରିବ ମହାକାଶଯାନ

ନ୍ୟୁୟର୍କ : ଆମେରିକାର ସ୍ପେସ୍ ଏଜେନ୍ସି ନାସା ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଚନ୍ଦ୍ରକୁ ପ୍ରଥମ ମିଶନ ସଫଳତାର ସହ ଆରମ୍ଭ କରିଛି । ମିଶନ ଆରମ୍ଭ ହେବା ପୂର୍ବରୁ ଯଦିଓ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା, କିନ୍ତୁ ଶେଷରେ ସବୁକିଛି ଠିକ୍ଠାକ୍‌ରେ ସଂପନ୍ନ ହୋଇଛି ବୋଲି କୁହାଯାଇଛି । ଆର୍ଟେମିସ୍ ୧ ମିଶନ୍ ମାଧ୍ୟମରେ ନାସା ଚନ୍ଦ୍ରକୁ ଓରିଅନ୍ ସ୍ପେସ୍‌ସିପ୍ ପଠାଉଛି । ସ୍ପେସ୍‌ସିପ୍ ୪୨ ଦିନରେ ଚନ୍ଦ୍ର ପରିକ୍ରମା ପରେ ଫେରି ଆସିବ । ସ୍ପେସ୍ ମିଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ନାସା ଏହାର ‘ନ୍ୟୁ ମୁନ୍‌ ରକେଟ୍’ରେ ଇନ୍ଧନ ଯୋଗାଉଥିବା ବେଳେ ଏକ ନୂତନ ଲିକ୍ ଚିହ୍ନଟ କରିଥିଲା ।

ଯଦି ୩ ସପ୍ତାହର ପରୀକ୍ଷଣ ଉଡ଼ାଣ ସଫଳ ହୁଏ, ତେବେ ରକେଟ୍ ଚାଳକ ଦଳର ଏକ ଖାଲି କ୍ୟାପସୁଲ୍‌କୁ ଚନ୍ଦ୍ରର ଚାରିପଟେ ଏକ ବିସ୍ତୃତ କକ୍ଷପଥରେ ନେଇଯିବ ଏବଂ ତା’ପରେ ଡିସେମ୍ବରରେ ପ୍ରଶାନ୍ତ ମହାସାଗରରେ ପୃଥିବୀକୁ କ୍ୟାପସୁଲ୍ ଫେରିଆସିବ । ବର୍ଷ ବର୍ଷ ବିଳମ୍ବ ଏବଂ କୋଟି କୋଟି ଅଧିକ ଖର୍ଚ୍ଚ ପରେ ସ୍ପେସ୍ ଲଞ୍ଚିଂ ସିଷ୍ଟମ୍ ରକେଟ୍ କେନେଡି ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଭରିଛି । ଓରିଅନ୍ କ୍ୟାପସୁଲ୍ ରକେଟ୍ ଉପରେ ରଖାଯାଇଥିଲା, ଯାହା ପୃଥିବୀର କକ୍ଷପଥ ଛାଡି ୨ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ଥିଲା । ଏହି ମିଶନ ହେଉଛି ଆମେରିକାର ପ୍ରୋଜେକ୍ଟ ଆପୋଲୋର ପରବର୍ତ୍ତୀ ପର୍ୟ୍ୟାୟ ।

Leave A Reply

Your email address will not be published.