ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଁ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଘୋଷଣା ପରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନଗୁଡ଼ିକ ଜୋରଦାର ଉତ୍ସବ ପାଳନ କରିଥିଲେ । ବିଭିନ୍ନ ରାଜନୈତିକ ଦଳ ଏହାକୁ କୃଷକଙ୍କ ଏକତା ପାଇଁ ଏକ ବିଜୟ ବୋଲି ମଧ୍ୟ କହିଛନ୍ତି । ସରକାର କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ଆଜି କଂଗ୍ରେସ ଦଳ କିସାନ ବିଜୟ ଦିବସଙ୍କୁ ସାରା ଦେଶରେ ପାଳନ କରିବାକୁ ଘୋଷଣା କରିଛି ।
ଗାଜିପୁର ସୀମାରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ, ଏମ୍ଏସ୍ପି ମଧ୍ୟ ଏକ ବଡ ପ୍ରଶ୍ନ, ଏହା ଉପରେ ମଧ୍ୟ ଏକ ଆଇନ ପ୍ରଣୟନ କରାଯିବା ଉଚିତ । କାରଣ କୃଷକ ଯେଉଁ ଫସଲ ବିକ୍ରୟ କରନ୍ତି, ତାହାକୁ କମ୍ ମୂଲ୍ୟରେ ବିକ୍ରି କରନ୍ତି । ଏହା କୃଷକଙ୍କ ପାଇଁ ବଡ କ୍ଷତି ଘଟାଏ ।