କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ସାରା ଦେଶରେ ପରାକ୍ରମ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ବେଙ୍ଗଲ ସିଏମ୍ ମମତା ବାନାର୍ଜୀ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳା ପାଇଁ କେନ୍ଦ୍ରର କାହିଁକି ଏତେ ଆଲର୍ଜି ? କେନ୍ଦ୍ର ଗଣତନ୍ତ୍ର ଦିବସରେ ବେଙ୍ଗଲର ଟେବୁଲକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ଆମେ ଚାପ ପକାଉଥିବାରୁ ଦିଲ୍ଲୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ତିଆରି କରୁଛି । ରବିବାର ଦିନ ମମତା ବାନାର୍ଜୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ସେ ୨୩ ଜାନୁଆରୀକୁ ‘ଦେଶ ନାୟକ ଦିବସ’ ଭାବରେ ପାଳନ କରିବାକୁ ଏବଂ ଏହାକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିବାକୁ ଦାବୀ କରିଥିଲେ । ଉଲ୍ଲେଖନୀୟ କଥା ହେଉଛି, ନେତାଜୀଙ୍କ ଦେଶ ପାଇଁ ନିଃସ୍ୱାର୍ଥପର ସେବାକୁ ସମ୍ମାନ ଏବଂ ସ୍ମରଣ କରିବା ପାଇଁ ଭାରତ ସରକାର ପ୍ରତିବର୍ଷ ୨୩ ଜାନୁଆରୀରେ ‘ପରାକ୍ରମ ଦିବସ୍’ ଭାବରେ ତାଙ୍କ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।