କାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହେବ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଶେଷ ହୋଇଯାଇଛି । ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସ୍ଥିରତା ପରେ କାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହେବ । କାଶ୍ମୀରର ପ୍ରତ୍ୟେକ ବର୍ଗର ସୁରକ୍ଷା ପାଇଁ ଉଚିତ ପରିବେଶ ସୃଷ୍ଟି କରିବାକୁ ପଡିବ । ପ୍ରାୟ ୧୦ ମିନିଟ୍‌ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବଦଳୀୟ ବୈଠକରେ ଧାରା ୩୭୦ ପ୍ରସଙ୍ଗ ଉଠାଯାଇଥିଲା ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଡି-ଲିମିଟେସନ୍‌ ପରେ ଜାମ୍ମୁ କାଶ୍ମୀରରେ ନିର୍ବାଚନରେ ସମସ୍ତେ ସହମତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ଦିଲ୍ଲୀର ଦୂରତା ଏବଂ ହୃଦୟର ଦୂରତାକୁ ଲିଭାଇବାକୁ ଚାହୁଁଛୁ । କାଶ୍ମୀରର ଏକ ଉଜ୍ୱଳ ଭବିଷ୍ୟତ ପାଇଁ ଖୋଲା ସଂଳାପ ହୋଇଥବା ଜଣାପଡ଼ିଛିା । କାଶ୍ମୀରରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ କରିବା ଉପରେ ଆଲୋଚନା ହୋଇଥିବା ବେଳେ କାଶ୍ମୀରର ପ୍ରତ୍ୟେକ ବର୍ଗର ସୁରକ୍ଷା ପାଇଁ ଏକ ପରିବେଶ ସୃଷ୍ଟି କରିବାକୁ ପଡିବ ଓ ଆମ ସମସ୍ତଙ୍କୁ ଜାମ୍ମୁ କାଶ୍ମୀରର ଯୁବକମାନଙ୍କୁ ସୁରକ୍ଷିତ ରଖିବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଜାମ୍ମୁ କାଶ୍ମୀରର ନେତାଙ୍କ ସାକ୍ଷାତ ପ୍ରାୟ ସାଢେ଼ ତିନି ଘଂଟା ଧରି ଚାଲିଥିଲା । ଜାମ୍ମୁ କାଶ୍ମୀରର ୧୪ ନେତା ପ୍ରଧାନମନ୍ତ୍ରୀଙ୍କ ସହ ସର୍ବଦଳୀୟ ବୈଠକରେ କଥା ହୋଇଥିଲେ । ଉଲ୍ଲେଖନୀୟ କଥା ହେଉଛି, ସଭାରେ ମେହବୁବା ମୁଫତି ଏବଂ ଫାରୁକ୍‌ ଅବଦୁଲ୍ଲା ଧାରା ୩୭୦ ପ୍ରସଙ୍ଗ ଉଠାଇଥିଲେ । ତେବେ, ମୁଜାଫର ବେଗ ମେହବୁବାଙ୍କୁ ବାଧା ଦେଇଥିଲେ ।

Leave A Reply

Your email address will not be published.