
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୋଆରେ ପହଞ୍ଚି ୩ଟି ଜାତୀୟ ଆୟୁଷ ଅନୁଷ୍ଠାନ ଉଦ୍ଘାଟନ କରିଛନ୍ତି । ଏଥିରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ) ମଧ୍ୟ ସାମିଲ ଅଛି । ଏଆଇଆଇଏରେ ସର୍ବାଧିକ ସୁବିଧା ରହିଛି । ଏହା ଜନସାଧାରଣଙ୍କ ମଧ୍ୟରେ ଆୟୁର୍ବେଦ ବିଷୟରେ ସଚେତନତା ସୃଷ୍ଟି କରିବ ।
ସୂଚନା ଅନୁଯାୟୀ, ପାଣାଜୀରେ ନବମ ବିଶ୍ୱ ଆୟୁର୍ବେଦ କଂଗ୍ରେସ (ଡବ୍ଲୁଏସି) ର ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସର ଆୟୁଷ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି । ଏହା ସହିତ ସେ ଉତ୍ତରପ୍ରଦେଶର ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୟୁନାନି ମେଡିସିନ ଏବଂ ଦିଲ୍ଲୀର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହୋମିଓପାଥିର ଉଦ୍ଘାଟନ କରିଥିଲେ ।