oom

ଭାରତ ବନ୍ଦର ମିଶ୍ରିତ ପ୍ରଭାବ : ଦିଲ୍ଲୀ-ମହାରାଷ୍ଟ୍ରରେ ବଡ଼ ବଜାର ଖୋଲା

jsmm

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ସାରା ଦେଶରେ କୃଷକ ସଂଗଠନ ଆଜି ଭାରତ ବ‌ନ୍ଦ ଆହ୍ୱାନ କରିଛନ୍ତି । ଗତ କିଛି ଦିନ ହେବ ନିକଟରେ ପାରିତ ହୋଇଥିବା ତିନୋଟି ନିୟମକୁ ବିରୋଧ କରି କୃଷକମାନେ ବିରୋଧ କରୁଛନ୍ତି । ଏହି ସମୟରେ କୃଷକ ଏବଂ ସରକାରଙ୍କ ମଧ୍ୟରେ ପାଞ୍ଚ ରାଉଣ୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି, କିନ୍ତୁ ଏଥିରୁ କୌଣସି ସମାଧାନ ହୋଇପାରି ନାହିଁ । ଆଜି ସକାଳଳୁ ଭାରତ ବ‌ନ୍ଦ ଆରମ୍‌ମ୍ଭ ହୋଇଛି । ସକାଳ ୧୧ ଟାରୁ ଅପରାହ୍ନ ୩ ଟା ପର୍ୟ୍ୟନ୍ତ କୃଷକମାନେ ଦେଶବ୍ୟାପୀ ଚକାଜାମ୍‌ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଆମ୍ବୁଲାନ୍ସ ସମେତ ଅନେକ ଜରୁରୀକାଳୀନ ସେବାକୁ ବ‌ନ୍ଦ କଟକଣାରୁ କୋହଳ ପ୍ରଦାନ କରାଯାଇଛି ।

ଆମ୍ ଆଦମୀ ପାର୍ଟି ଦିଲ୍ଲୀ ପୋଲିସ ଉପରେ ଏକ ବଡ ଅଭିଯୋଗ ଆଣିଛି । ଆମ୍ ଆଦମୀ ପାର୍ଟି କହିଛି ଯେ, ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନଜରବ‌ନ୍ଦୀ ରଖାଯାଇଛି। ଦଳ କହିଛି, କୃଷକମାନଙ୍କ ସହ ଏକାଠି ହେବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଘରୁ ବାହାରକୁ ଅନୁମତି ଦିଆଯାଇ ନାହିଁ ।

ବରିଷ୍ଠ ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ‘ମନର କଥାକୁ ଛାଡ଼ିଦିଅ, ଯଦି ସରକାରଙ୍କର ହୃଦୟ ଅଛି, ତେବେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ଯାଇ କୃଷକଙ୍କ ସହ ନିଜେ କଥାବାର୍ତ୍ତା କରିବେ ଏବଂ ସେମାନଙ୍କୁ ବୁଝାଇବେ।’

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍‌ତାର୍‌ ଅବ୍‌ବାସ ନାକ୍‌ଭି କହିଛନ୍ତି, ‘କୃଷକଙ୍କଠାରୁ କୌଣସି ଅଭିଯୋଗ ନାହିଁ । ସେମାନଙ୍‌କ ଭିତରେ କିଛି ଅପରାଧିକ ଷଡଯନ୍ତ୍ରକାରୀ ଅଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ କାର୍ୟ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।

jittmm
Leave A Reply

Your email address will not be published.