jayashree

ଜୋ ବାଇଡେନ ଅବସରପ୍ରାପ୍ତ ଜେନେରାଲ ଲାଅଡ ଆଷ୍ଟିନଙ୍କୁ ଆମେରିକାର ପ୍ରଥମ ଅଶ୍ୱେତ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି

ୱାଶିଂଟନ୍ : ଯୁକ୍ତରାଷ୍ଟ୍ରର ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଡେନ ଆର୍ମିର ଅବସରପ୍ରାପ୍ତ ଜେନେରାଲ ଲାଅଡ ଆଷ୍ଟିନଙ୍କୁ ଦେଶର ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି । ଆମେରିକାର ଗଣମାଧ୍ୟମ ରିପୋର୍ଟରେ ଏହା ଦାବୀ କରାଯାଇଛି । ଯଦି ଲାଅଡ ଆଷ୍ଟିନଙ୍କୁ ନିଯୁକ୍ତି ଘୋଷଣା କରାଯାଏ, ତେବେ ସେ ଦେଶର ପ୍ରଥମ ଅଶ୍ୱେତ ବ୍ୟକ୍ତି ଯିଏ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ ହେବେ । ଜେନେରାଲ୍ ଲାଅଡ ଆଷ୍ଟିନ ହେଉଛନ୍ତି ପ୍ରଥମ ଚାରି ତାରକା ଜେନେରାଲ୍, ଯିଏ ଯୁଦ୍ଧକ୍ଷେତ୍ରରେ ସାମର୍ଥ୍ୟ ପ୍ରତିପାଦନ କରିବା ପରେ ବର୍ତ୍ତମାନ ପେଣ୍ଟାଗନ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ୟ୍ୟ କରିବେ । ଆମେରିକୀୟ ନ୍ୟୁଜ୍ ୱେବସାଇଟ୍ ପଲିଟିକୋ ଅନୁଯାୟୀ, ଜେନେରାଲ୍ ଲାଅଡ ଆଷ୍ଟିନ ପ୍ରଥମ ଅଶ୍ୱେତ ଜେନେରାଲ୍ ଯିଏକି ଯୁଦ୍ଧକ୍ଷେତ୍ରରେ ଏକ ସେନା ବିଭାଗକୁ ଆଗେଇ ନେଇଥିଲେ ।

Leave A Reply

Your email address will not be published.