ପୁଅ ସହିତ ଅଶ୍ଳୀଳ ନୃତ୍ୟ କରିବା ମହଙ୍ଗା ପଡ଼ିଲା, ଭିଡିଓ ଭାଇରାଲ ହେବା ପରେ ମହିଳା ଆୟୋଗ ଏଫ୍ଆଇଆର୍ ଦାବୀ କଲା

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବାକୁ ଯାଇ ଜଣେ ମହିଳା ଲଜ୍ଜାଜନକ ଭାବରେ ସମସ୍ତ ସୀମା ଅତିକ୍ରମ କରିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ଭିଡିଓରେ ନିଜ ନାବାଳକ ପୁଅ ସହିତ ମହିଳା ଜଣକ ଅଶ୍ଳୀଳ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ଆପତ୍ତିଜନକ ଭିଡିଓଗୁଡିକ ଉପରେ ଦିଲ୍ଲୀ କମିଶନ ଫର୍‌ ମହିଳା (ଡିସିଡବ୍ଲ୍ୟୁ) କଠୋର ଆଭିମୁଖ୍ୟ ଗ୍ରହଣ କରି ମହିଳାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ କମିଶନ ଦିଲ୍ଲୀ ପୋଲିସକୁ ନୋଟିସ୍‌ ପଠାଇଛନ୍ତି ।

ଦିଲ୍ଲୀ ମହିଳା କମିଶନ କହିଛନ୍ତି ଯେ, ଏହି ଅଳ୍ପ ବୟସରେ ପୁଅକୁ ଏଭଳି ଅସଭ୍ୟ ଶିକ୍ଷା ଦିଆଯାଉଛି, ତାହା ପୁଣି ନିଜ ମା’ଙ୍କ ଦ୍ୱାରା । ଏହିପରି ଭିଡିଓ ପ୍ରସ୍ତୁତ କରି ପିଲାଙ୍କୁ କେବଳ ଭୁଲ ଶିକ୍ଷା ଦିଆଯାଉ ନାହିଁ, ବରଂ ମା’ ଏବଂ ପୁଅ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ମଧ୍ୟ କ୍ଷୁର୍ଣ୍ଣ ହେଉଛି । ମହିଳା ଆୟୋଗ କହିଛନ୍ତି ଯେ, ଭବିଷ୍ୟତରେ ଏପରି ପୁଅ ଅନ୍ୟ ଝିଅମାନଙ୍କ ବିଷୟରେ ଚିନ୍ତା କରିବ ? ଏହା ଫଳରେ ପିଲା ମାନସିକ ସ୍ତରରେ ଅସୁସ୍ଥ ହୋଇପାରେ ।

Leave A Reply

Your email address will not be published.