ମୁମ୍ବାଇ : ପୁଣି ବଢି ବଢି ଚାଲିଛି ମହାମାରୀ କରୋନା । ମହାରାଷ୍ଟ୍ରରେ ମଧ୍ୟ ଦୈନିକ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ତେବେ ତାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ମହାରାଷ୍ଟ୍ରରେ ଆଜିଠୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି । ହୋଲି ସମେତ ଅନ୍ୟ ପର୍ବ ଉପରେ ସର୍ବସାଧାରଣସ୍ଥଳରେ ଆୟୋଜିତ ହେବାକୁ ଥିବା କାର୍ୟ୍ୟକ୍ରମକୁ ବାରଣ କରାଯାଇଥିବା ବେଳେ କରେନା ସଂକ୍ରମଣ ଯେମିତି ନହେବ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ରାତ୍ରକାଳୀନ କର୍ଫ୍ୟୁ ସମୟ ମଧ୍ୟରେ ପ୍ରତିଦିନ ରାତି ୮ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ଶପିଂ ମଲ, ବାର-ରେଷ୍ଟୁରାଣ୍ଟ, ମଲ୍ଟିପ୍ଲେକ୍ସ, ଉଦ୍ୟାନ-ପାର୍କ, ସିଙ୍ଗିଲ ସ୍କ୍ରିନ ଥିଏଟର, ବେଳାଭୂମି ଓ ସର୍ବସାଧାରଣସ୍ଥଳ ବନ୍ଦ ରହିବ । ଅର୍ଥାତ ସାଧାରଣ ଲୋକଙ୍କ ଯାତାୟତକୁ ବି ବାରଣ କରାଯାଇଛି । ଏଥି ସହିତ ମହାରାଷ୍ଟ୍ର ସରକାର ନୂଆ ଗାଇଡଲାଇନ ମଧ୍ୟ ଜାରି କରିଦେଇଛନ୍ତି ।