jayashree

୧୨ ଦିନରେ ମହାଯୁଦ୍ଧ : ୟୁକ୍ରେନ୍‌ ଛାର୍‌ଖାର୍‌, ତୁହାକୁ ତୁହା ବୋମା, ମିସାଇଲ୍‌ ମାଡ଼ରେ ଥରୁଛି ୟୁକ୍ରେନ୍‌

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଆଜି ଦ୍ୱାଦଶ ଦିନରେ ପହଂଚିଛି । ରୁଷର ସେନା କ୍ରମାଗତ ଭାବରେ ୟୁକ୍ରେନର ରାଜଧାନୀ କିଭ୍‌କୁ କାବୁ କରିବାକୁ ଚେଷ୍ଟା କରୁଛି । ଏହି ସମୟରେ ରୁଷ ଏବଂ ୟୁକ୍ରେନ ମଧ୍ୟ ସୋମବାର ତୃତୀୟ ରାଉଣ୍ଡ ଆଲୋଚନା କରିବେ । କଥାବାର୍ତ୍ତା ମଧ୍ୟରେ ରୁଷ କ୍ରମାଗତ ଭାବରେ ୟୁକ୍ରେନ ସହର ଉପରେ ଆକ୍ରମଣ ଜାରି ରଖିଛି । ରୁଷ ୟୁକ୍ରେନ୍‌ର ସହରଗୁଡିକରେ ବହୁ କ୍ଷତି ଘଟାଇଛି । ୟୁକ୍ରେନ୍‌ ଏବେ ଖଣ୍ଡହର ଭଳି ମନେ ହେଉଛି । ଛାରଖାର ହେବାରେ ଲାଗିଛି ୟୁକ୍ରେନ୍‌ । ତୁହାକୁ ତୁହା ବୋମା, ମିସାଇଲ୍‌ ମାଡ଼ରେ ଥରୁଛି ୟୁକ୍ରେନ୍‌ । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତର ନାଗରିକମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସମସ୍ତ ପ୍ରୟାସରେ ନିୟୋଜିତ ଅଛି । ପ୍ରତିଦିନ ଅନେକ ବିମାନ ୟୁକ୍ରେନ ଏବଂ ପଡୋଶୀ ଦେଶରୁ ଭାରତୀୟ ଛାତ୍ରମାନଙ୍କୁ ଅପରେସନ୍ ଗଙ୍ଗା ଅଧୀନରେ ଆଣୁଛି । ଅନ୍ୟ ପକ୍ଷରେ କିଭ୍‌ରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବାକୁ ଭାରତୀୟ ଦୂତାବାସ ଯଥାସମ୍ଭବ ଚେଷ୍ଟା କରୁଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୭୬ ଟି ବିମାନ ମାଧ୍ୟମରେ ୧୫,୯୨୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଫଳତାର ସହ ସ୍ଥାନାନ୍ତର କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷର ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିବେ । ସେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମଧ୍ୟ କଥା ହେବେ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ନାଟୋ ଉପରେ ଭରସା କରିଥିବା ୟୁକ୍ରେନ୍‌କୁ ବାରଂବାର ନିରାଶ ହେବାକୁ ମଡ଼ିଛି । ନାଟୋର କେବଳ ଡ଼ିପ୍ଲୋମେସି ମହାଯୁଦ୍ଧକୁ ରୋକି ପାରିବ ନାହିିଁ ବୋଲି ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ସ୍ପଷ୍ଟ କରି ଦେଇଛନ୍ତି । ନାଟୋ ମାନବିକ ସହାୟତା ଦେବାକୁ ଗୋଟିଏ ପ୍ରକାର ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିିଁ । ପୁଣି ଏହି ମହାଯୁଦ୍ଧ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଉଛି ବୋଲି ସମୀକ୍ଷକମାନେ ମତ ରଖୁଛନ୍ତି । ଏଭଳି ସ୍‌ଥିତିରେ ସାରା ବିଶ୍ୱ ପାଇଁ ଏହି ମହାଯୁଦ୍ଧ ଚିନ୍ତାର କାରଣ ପାଲଟିଛି । କେବଳ ଧ୍ୱଂସର ବିଭୀଷିକାରେ ୟୁକ୍ରେନ୍‌ ଛାର୍‌ଖାର୍‌ ହେବାରେ ଲାଗିଥିବା ବେଳେ ୟୁକ୍ରେନ୍‌ ସୈନିକ ରୁଷ୍‌କୁ ରୋକିବାକୁ ଚେଷ୍ଟା ଜାରି ରଖିଛିନ୍ତି । କିନ୍ତୁ ରୁଷ ଜବରଦସ୍ତ ଧ୍ୱଂସ କରି ଚାଲିଛି ୟୁକ୍ରେନ୍‌କୁ ।

Leave A Reply

Your email address will not be published.