ସଙ୍ଗୀତ ଦୁନିଆର ଏକ ଯୁଗର ସମାପ୍ତି ଘଟିଲା : ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର ପଞ୍ଚଭୂତରେ ବିଲୀନ

ମୁମ୍ବାଇ : ସଙ୍ଗୀତ ଦୁନିଆର ଏକ ଯୁଗର ସମାପ୍ତି ଘଟିଲା । ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର ପଞ୍ଚଭୂତରେ ବିଲୀନ ହେଲେ । ଭାରତ ରତ୍ନ ଲତା ମଙ୍ଗେଶକରଙ୍କୁ ରବିବାର ସନ୍ଧ୍ୟାରେ ରାଜକୀୟ ସମ୍ମାନ ସହ ବିଦାୟ ଦିଆଯାଇଛି । ପ୍ରଥମେ ଲତା ଜୀଙ୍କ ମୃତଦେହ ପ୍ରଭୁକୁଞ୍ଜ ଭବନ ତାଙ୍କ ଘରକୁ ନିଆଯାଇଥିଲା । ସେଠାରେ ତାଙ୍କ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ତାଙ୍କ ମୃତଦେହ ଅପରାହ୍ନ ପ୍ରାୟ ୪ ଟାରେ ସେନା ଫୁଲରେ ସଜାଯାଇଥିବା ଏକ ଯାନରେ ଶିବାଜୀ ପାର୍କକୁ ନିଆଯାଇଥିଲା । ସେଠାରେ ମଧ୍ୟ ଶେଷ ଦର୍ଶନ ପାଇଁ ତାଙ୍କ ଶରୀରକୁ ମଧ୍ୟ ରଖାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଶେଷ ଦର୍ଶନ ଚରିଛନ୍ତି ।

ସମସ୍ତ କୋଭିଡ ପ୍ରୋଟୋକଲ ପାଳନ ସହ ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ଲତା ମଙ୍ଗେଶକରଙ୍କ ପାର୍ଥିବ ଶରୀରର ସନ୍ଧ୍ୟା ୭.୧୫ରେ ଅନ୍ତିମ ସଂସ୍କାର କରାଯାଇଥିଲା । ଲତା ମଙ୍ଗେଶକରଙ୍କ ଭାଇ ହୃଦୟନାଥ ମଙ୍ଗେଶକର ମୁଖାଗ୍ନି ଦେଇଥିଲେ । ଜାତୀୟ ପତାକା ତ୍ରିରଂଗାକୁ ଘୋଡେ଼ଇ ହୋଇ ଲତା ମଙ୍ଗେଶକର ଶେଷ ଯାତ୍ରାରେ ଚାଲିଗଲେ । ଲତାଙ୍କ ଅନ୍ତିମ ସଂସ୍କାରରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ ।

ଲତା ମଙ୍ଗେଶକର ଶେଷ ଯାତ୍ରା ଯୋଗୁଁ କେନ୍ଦ୍ର ୨ ଦିନ ଜାତୀୟ ଶୋକ ଘୋଷଣା କରିଛି । ମହାରାଷ୍ଟ୍ର-ଗୋଆ ରାଜ୍ୟ ମଧ୍ୟ ୩ ଦିନିଆ ଶୋକ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ । ଲତା ଜୀଙ୍କ ମୃତ୍ୟୁକୁ ନେଇ ଦୁଇ ଦିନ ଜାତୀୟ ଶୋକ ହେବ ।

Leave A Reply

Your email address will not be published.