jayashree

ଲାଞ୍ଚ ନେବା ସମୟରେ ଏପିପି ନେତ୍ରୀ ଧରାପଡ଼ିଲେ ସିବିଆଇଙ୍କ ହାତରେ

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ମ୍ୟୁନିସିପାଲ କାଉନସିଲର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାମଲାରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଗତକାଲି ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ଗୀତା ରାୱତ, ଯିଏକି ପୂର୍ବ ଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲର ଏବଂ ଅନ୍ୟ ଜଣେ ବିଲାଲ ବୋଲି ଜଣାପଡିଛି । ସୂଚନା ଅନୁସାରେ ଛାତ ନିର୍ମାଣ ବଦଳରେ ପୀଡିତାଙ୍କ ଠାରୁ ଗୀତା ରାୱତ ୨୦ ହଜାର ଟଙ୍କା ମାଗିଥିବା ବେଳେ ପୀଡିତା ଜଣକ ସିବିଆଇକୁ ଅଭିଯୋଗ କରିଥିଲେ, ଯାହା ପରେ ସିବିଆଇ ଆମ୍ ଆଦମୀ ପାର୍ଟିର ନେତାଙ୍କୁ ଦିଲ୍ଲୀରୁ ଗିରଫ କରିଥିବା ଜଣାପଡ଼ିଛି । ସିବିଆଇ ଅନୁଯାୟୀ, ଏହି ଲାଞ୍ଚ ଟଙ୍କା ମଧ୍ୟସ୍ଥିଙ୍କ ମାଧ୍ୟମରେ ଗୀତା ରାୱତଙ୍କ ପାଖରେ ପହଞ୍ଚିଥିଲା ।

Leave A Reply

Your email address will not be published.