jayashree

ଜବର୍‌ଦସ୍ତ ବିରୋଧ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲ୍‌ରେ କଲେ ହସ୍ତାକ୍ଷର

ନୂଆଦିଲ୍ଲୀ : ୧୮ଟି ବିରୋଧୀ ପାର୍ଟି କୃଷି ବିଲ୍‌ ପାସ୍‌ କରାଇବାର ସରକାରଙ୍କ ପ୍ରକ୍ରିୟାକୁ ‘ଲୋକତନ୍ତ୍ରର ହତ୍ୟା’ ବୋଲି ଉଲ୍ଲେଖ କରି ଏହି ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଜବର୍‌ଦସ୍ତ ବିରୋଧ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲ୍‌ରେ ହସ୍ତାକ୍ଷର କରିଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ବିପକ୍ଷ ଦଳଗୁଡ଼ିକ ସହ ଏନ୍‌ଡିଏ ସରକାରରେ ସହଯୋଗୀ ରହିଥିବା ଅକାଳି ଦଳ ବ୍ୟତୀତ ଦେଶର କୋଣ ଅନୁକୋଣରେ କୃଷକମାନଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ ସତ୍ତେ୍ୱ ରାଷ୍ଟ୍ରପତି କୃଷି ଅଧ୍ୟାଦେଶ ଉପରେ ହସ୍ତାକ୍ଷର କରି ଦେଇଛନ୍ତି । ତେବେ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ପରେ ଏହି ବିଲ୍‌ ବର୍ତ୍ତମାନ ଆଇନରେ ପରିଣତ ହୋଇଛି । କୃଷି ସମ୍ବନ୍ଧିତ ଦୁଇଟି ବିବାଦୀୟ ବିଲ୍‌କୁ ନେଇ ଦେଶର ବିରୋଧୀ ଦଳ ତଥା କୃଷକମାନଙ୍କ ଅସ୍ୱୀକାରୋକ୍ତି ରହିଛି । ଏହାକୁ ନେଇ ହରିଆନା ଓ ପଂଜାବ ସହ ଦେଶର ଅନେକ ସ୍ଥାନରେ କୃଷକ ମଧ୍ୟ ରାଜରାସ୍ତାକୁ ଓହ୍ଲେଇ ବିରୋଧ ପ୍ରଦର୍ଶନ କରିଛନ୍ତି । କୃଷକମାନେ ବିଶ୍ୱାସ କରୁଛନ୍ତି ଯେ, ଏହି ବିଲ୍‌ ଆଧାରରେ କୃଷି କ୍ଷେତ୍ରକୁ କର୍ପୋରେଟ୍‌ର ପ୍ରବେଶ ପଥ ଉନ୍ମୁକ୍ତ ହେବା ସହ କୃଷକଙ୍କୁ ନିଜ ଉପାର୍ଜନର ସଠିକ୍‌ ମୂଲ୍ୟ ମିଳିବ ନାହିଁ । ଏଥି ସକାଶେ କୃଷକମାନେ ସଂପୃକ୍ତ ବିଲ୍‌କୁ ପ୍ରତ୍ୟାହାର କରାଯାଉ ବୋଲି ଦାବୀରେ ଅଟଳ ରହିଛନ୍ତି ।

Leave A Reply

Your email address will not be published.