ନୂଆଦିଲ୍ଲୀ : ଶେଷରେ କୃଷକଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି ମୋଦୀ ସରକାର । ବାଧ୍ୟ ହୋଇ ୩ ନୂଆ କୃଷି ଆଇନ ପ୍ରତ୍ୟାହାର କରିଛନ୍ତି । ଏସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି । ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ଓ ଆନ୍ଦୋଳନରତ କୃଷକମାନେ ନିଜ ଘରକୁ ଫେରିଯାଆନ୍ତୁ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, କୃଷିରେ ସୁଧାର ଏବଂ କୃଷକଙ୍କ କଲ୍ୟାଣ ପାଇଁ ଏହି ୩ ନୂଆ କୃଷି ଆଇନ ଅଣାଯାଇଥିଲା । କ୍ଷୁଦ୍ର ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଆଇନ ପ୍ରଣୟଣ କରାଯାଇଥିଲା । ବର୍ଷ ବର୍ଷ ଧରି ଦେଶର କୃଷକ, ବିଶେଷଜ୍ଞ ଓ ଅର୍ଥଶାସ୍ତ୍ରୀମାନେ ଏହି ଆଇନ ଆଣିବାକୁ ଦାବୀ କରିଆସୁଥିଲେ । ସରକାର ଦେଶର କୃଷକ ଜଗତ ହିତ ପାଇଁ ଗ୍ରାମରେ ଥିବା ଗରିବଙ୍କ ହିତ ପାଇଁ ପୂର୍ଣ୍ଣ ସମର୍ଥନ ଭାବରେ ଏହି ଆଇନ ଆଣିଥିଲେ । ହେଲେ ବୁଝାଇବା ସତ୍ତ୍ଵେ ଆମେ ଅସଲ ବିଷୟ ବୁଝାଇବାରେ ବିଫଳ ହେଲୁ । ତେଣୁ କୃଷକଙ୍କ ବିରୋଧକୁ ଦୃଷ୍ଟିରେ ରଖି ନୂଆ କୃଷି ଆଇନ ପ୍ରତ୍ୟାହାର କରାଯାଉଛି ବେଲି ପ୍ରଧାନମନ୍ତ୍ରୀ ମେଦୀ ଘୋଷଣା କରିଛନ୍ତି ।