କୃଷକମାନ‌ଙ୍କ ଡିଜିଟାଲ୍ ଆନ୍ଦୋଳନ : ଟ୍ୱିଟର-ଫେସବୁକ୍-ଇନଷ୍ଟାଗ୍ରାମରେ ଲାଇଭ୍ ଅପଡେଟ୍ ଦେଲେ

ନୂଆଦି‌ଲ୍ଲୀ : ଗତ ତିନି ସପ୍ତାହ ଧରି ଦିଲ୍ଲୀ ସୀମାରେ ଜମା ହୋଇଥିବା କୃଷକମାନେ ସେମାନଙ୍କ ଦାବୀ ଉପରେ ଜିଦ୍ ଧରିଛନ୍ତି । କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ଦେଶର ଅନେକ ସ୍ଥାନରୁ ସହାୟତା ପାଇଛନ୍ତି । ବର୍ତ୍ତମାନ କୃଷକମାନେ ସୋସିଆଲ ମିଡିଆର ସାହାଯ୍ୟ ନେଇ ଦେଶ ତଥା ବିଶ୍ୱରେ ନିଜର ସ୍ୱର ବିସ୍ତାର କରିଛନ୍ତି । ଏହି ଆନ୍ଦୋଳନରେ ଜଡିତ ଯୁବ କୃଷକମାନେ କିସାନ ଏକତା ମୋର୍ଚ୍ଚା ନାମରେ ସୋସିଆଲ ମିଡିଆରେ ଆକାଉଣ୍ଟ ସୃଷ୍ଟି କରିଛନ୍ତି, ଯାହା ମାଧ୍ୟମରେ ଏହି ଆନ୍ଦୋଳନର ସୂଚନା ବାଣ୍ଟାଯାଉଛି ।

ଯୁବ କୃଷକମାନେ ଏହି ଆନ୍ଦୋଳନ ପାଇଁ ସମଗ୍ର ଆଇଟି ସେଲ୍ ପ୍ରସ୍ତୁତ କରିଛନ୍ତି, ଯାହା ମାଧ୍ୟମରେ ଫେସବୁକ୍, ଟ୍ୱିଟର, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟ୍‌ରେ ଆକାଉଣ୍ଟ ସୃଷ୍ଟି କରାଯାଇଛି ।
ଲାଇଭ୍ ଅପଡେଟ୍, ଦାବୀ, ଭିଡିଓ ଏବଂ ଗତିବିଧି ସହିତ ଜଡିତ ଅନ୍ୟାନ୍ୟ ବାର୍ତ୍ତା ଏହି ଆକାଉଣ୍ଟ୍ ମାଧ୍ୟମରେ ସେଆର୍‌ ହେଉଛି । ଡିସେମ୍ବର ୧୬ ରୁ ଆରମ୍ଭ ହୋଇଥିବା ସେଆର୍‌କୁ ହଜାର ହଜାର ଲୋକ ଫଲୋ କରିଥିବା କୁହାଯାଇଛି ।

Leave A Reply

Your email address will not be published.