ଏକ୍ସପ୍ରେସ ୱେରେ କୃଷକଙ୍କ ଟ୍ରାକ୍ଟର ରାଲି : ରାକେଶ ଟିକୈତ୍‌ ଘୋଷଣା କଲେ – ମେ’ ୨୦୨୪ ଯାଏଁ ଆନ୍ଦୋଳନ ପାଇଁ ପ୍ରସ୍ତୁତ

ନୂଆଦି‌ଲ୍ଲୀ : ଆସନ୍ତାକାଲି ନବମ ରାଉଣ୍ଡ ଆଲୋଚନା ପୂର୍ବରୁ ଆନ୍ଦୋଳନକାରୀ କୃଷକମାନେ ଆଜି ଶକ୍ତି ପ୍ରଦର୍ଶନ କରୁଛନ୍ତି । ଚାଷୀମାନେ ଟ୍ରାକ୍ଟର ଧରି ରାସ୍ତାରେ ରାଲି କରିଛ‌ନ୍ତି। ଏହି ଟ୍ରାକ୍ଟର ରାଲି କୋଣ୍ଡଲି-ମାନସର-ପାଲୱଲ (କେଏମପି) ଏକ୍ସପ୍ରେସ ୱେରେ ଅନୁଷ୍ଠିତ ହେଉଛି । ସେମାନଙ୍କ ଦାବୀକୁ ସମର୍ଥନ କରି ଦିଲ୍ଲୀ-ହରିୟାଣା ସୀମା ସହିତ ୟୁପି ସୀମାକୁ ମଧ୍ୟ କୃଷକମାନେ ଟ୍ରାକ୍ଟର ନେଇ ଆସିଥିଲେ ।

ଆଜି କେଏମପି ଏକ୍ସପ୍ରେସ ୱେରେ କୃଷକମାନେ ଟ୍ରାକ୍ଟର ରାଲି କରୁଛନ୍ତି । ଏହି ସମୟ ମଧ୍ୟରେ ଭାରତ କିସାନ ୟୁନିଅନର ମୁଖପାତ୍ର ରାକେଶ ଟିକୈତ୍‌ କହିଛନ୍ତି ଯେ, ସରକାରଙ୍କୁ ସଚେତନ କରିବା ପାଇଁ ଆମେ ଏହି ରାଲି କରୁଛୁ । ୨୬ ଜାନୁଆରୀରେ, ଆମେ ଟ୍ରାକ୍ଟର ପରେଡ ବାହାର କରିବୁ । ସେ ଆହୁରି କହିଛନ୍ତି ଯେ, ମେ’ ୨୦୨୪ ଯାଏଁ ଆମେ ଏହି ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛୁ ।

Leave A Reply

Your email address will not be published.