ବାପ ଛେଉଣ୍ଡ ଝିଅକୁ ବିବାହ କରାଇଲେ କିନ୍ନର ରାବିଆ : ନାତିର ଜନ୍ମ ବାର୍ଷିକୀରେ ଆଈଙ୍କ ଭୂମିକା ତୁଳାଇଲେ

ମୋରେନା : ନବଜାତ ଶିଶୁର ମଙ୍ଗଳ ପାଇଁ ପ୍ରାର୍ଥନା କରୁଥିବା ଏବଂ ଲୋକଙ୍କ ଖୁସି ପାଇଁ ‘ଅଭିନନ୍ଦନ’ ବାଂଟୁଥିବା ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଅସହାୟଙ୍କ ପାଇଁ ହାତ ବଢ଼ାନ୍ତି । ଏହାର ସଦ୍ୟତମ ଉଦାହରଣ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ଅମ୍ବାଠାରେ ସାମ୍ନାକୁ ଆସିଛି । ଅମ୍ବାରେ କିନ୍ନର ରାବିଆ ସମାଜ ସାମ୍ନାରେ ଏକ ଉଦାହରଣ ସୃଷ୍ଟି କରିଥିଲେ । ସେ ଏକ ଅଭାବୀ ବାପ ଛେଉଣ୍ଡ ଝିଅର ବିବାହରେ ସମସ୍ତ ଦାୟିତ୍ୱ ଉଠାଇଛନ୍ତି । ବିବାହ ପରେ ଯେତେବେଳେ ସେଇ ବିବାହିତା ଝିଅର ଏକ ଶିଶୁ ଜନ୍ମ ହେଲା, କିନ୍ନର ରାବିଆ ଆଈଙ୍କ ଭୂମିକା ତୁଳାଇ ରୀତିନୀତି ଅନୁସାରେ ମା ଏବଂ ପୁଅକୁ ଅନେକ ମୂଲ୍ୟବାନ ଉପହାର ଦେଇଥିଲେ ।

Leave A Reply

Your email address will not be published.