ମୁମ୍ବାଇରେ ପୁଣି ଖୋଲିଲା ସ୍କୁଲ, ପିଲାମାନେ ଖୁସ୍‌

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିିଁ । କିନ୍ତୁ ଏହି ସମୟ ମଧ୍ୟରେ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ନାମ ମଧ୍ୟ ଅନ୍ତର୍ଭୁକ୍ତ । ବିଏମସି ମୁମ୍ବାଇ ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରିଛି । ମହାରାଷ୍ଟ୍ର ସରକାରରେ ବିଦ୍ୟାଳୟ ଖୋଲିବା ପ୍ରଶ୍ନରେ ଆଦିତ୍ୟ ଠାକରେ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପଢ଼ିବା ବାଧ୍ୟତାମୂଳକ ନୁହେଁ । କେତେକ ଜିଲ୍ଲା ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଥିବାବେଳେ କେତେକ ଜିଲ୍ଲା ବିଦ୍ୟାଳୟ ବନ୍ଦ ରହିଛି । ଅନ୍ୟ ପକ୍ଷରେ ସ୍କୁଲ ଖୋଲିବା ପରେ ପିଲାମାନେ ଖୁସ୍‌ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.