jayashree

ମାଷ୍ଟର କାର୍ଡ ଉପରୁ ହଟିଲା କଟକଣା

ମୁମ୍ବାଇ : ମାଷ୍ଟର କାର୍ଡ ଉପରେ ଲଗାଯାଇଥିବା କଟକଣାକୁ ପାଖାପାଖି ବର୍ଷକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାହାର କରିଛି । ଡାଟା ସଂରକ୍ଷଣ ନିୟମକୁ ପାଳନ କରିବାରେ ବିଫଳ ହେବାରୁ ୨୦୨୧ ଜୁଲାଇ ୨୨ରେ ଏହି ସଂସ୍ଥା ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଥିଲା । ନୂଆ ଗ୍ରାହକ ଯୋଡିବାକୁ କମ୍ପାନୀକୁ ବାରଣ କରାଯାଇଥିଲା ଡାଟା ସଂରକ୍ଷଣ ନିୟମକୁ କମ୍ପାନୀ ପାଳନ କରିଛି ବୋଲି ବିଶ୍ୱାସ ଦେବା ପରେ ରିଜର୍ଭ ବ୍ୟାଙ୍କ କଟକଣା ହଟାଇଛି । ଆମେରିକାନ୍‌ ଏକ୍ସପ୍ରେସ ଓ ଡାଇନର୍ସ କ୍ଲବକୁ ମଧ୍ୟ ନୂଆ ଗ୍ରାହକ ଯୋଡିବା ଲାଗି ରିଜର୍ଭ ବ୍ୟାଙ୍କ ବାରଣ କରିଥିଲା ।

Leave A Reply

Your email address will not be published.