ଚୀନର ବଡ ପଦକ୍ଷେପ : ଭାରତୀୟଙ୍କ ଉପରୁ ଭିସା କଟକଣା ଉଠାଇଲା

ବେଜିଂ : ଭାରତୀୟଙ୍କ ପାଇଁ ଚୀନର ବଡ ପଦକ୍ଷେପ ଭିସା ଉପରୁ ହଟାଇଲା କଟକଣା । କରୋନା ମହାମରୀ ପାଇଁ ଚୀନ ଏହାର ଭିସା କଟକଣା କଡାକଡି କରିବାରୁ ଚୀନରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଭାରତୀୟ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ପ୍ରାୟ ୨ ବର୍ଷ ହେବ ଭାରତରେ ଫସି ରହିଛନ୍ତି । ଭିସା କଟକଣା ପାଇଁ ସେମାନେ ଚୀନ ଫେରି ପାରୁନାହାନ୍ତି । କିନ୍ତୁ ଚୀନ ଏହାର ଭିସା ନିୟମରେ ପରିବର୍ତ୍ତନ ଅଣିଛି । ଭାରତରେ ଫସିଥିବା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଚୀନ ଭିସା ଦେବାପାଇଁ ଯୋଜନା କରିଥିବା ଘୋଷଣା କରିଛି ।

Leave A Reply

Your email address will not be published.