ଯୋଗୀ ସରକାରଙ୍କ ମନ୍ତ୍ରୀ ବିଜୟ କାଶ୍ୟପଙ୍କ କରୋନାରେ ମୃତ୍ୟୁ : ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ତଥା ବିଜେପି ବିଧାୟକ ବିଜୟ କାଶ୍ୟପଙ୍କ କରୋନା ଭାଇରସ ସଂକ୍ରମଣ ହେତୁ ମଙ୍ଗଳବାର ଗୁରୁଗାଓଁର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ମୁଜାଫରନଗରର ଚରଥାୱଲ ବିଧାନସଭା ଆସନର ବିଧାୟକ କାଶ୍ୟପ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଯୋଗୀ ସରକାରରେ ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ଥିଲେ କାଶ୍ୟପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ନେତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିବା ସହ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ବୋଲି କହିଛନ୍ତି । ମୋଦି ଟ୍ୱିଟ୍ କରି କହିଛନ୍ତି, ଉତ୍ତରପ୍ରଦେଶ ସରକାରଙ୍କ ବିଜେପି ନେତା ଏବଂ ମନ୍ତ୍ରୀ ବିଜୟ କାଶ୍ୟପ ଜୀଙ୍କର ଦେହାନ୍ତରେ ଦୁଃଖିତ । ସେ ମାଟି ସହିତ ଜଡିତ ଜଣେ ନେତା ଥିଲେ ଏବଂ ସର୍ବଦା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ଥିଲେ । ଏହି ଦୁଃଖ ସମୟରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା । ଓମ୍‌ ଶାନ୍ତି ।

Leave A Reply

Your email address will not be published.