ଗାନ୍ଧୀ ପରିବାରକୁ ନେତୃତ୍ୱରୁ ହଟାଇ ଅନ୍ୟ କାହାକୁ ସୁଯୋଗ ଦିଆଯିବା ଉଚିତ୍ : କପିଲ ସିବଲ୍

ନୂଆଦିଲ୍ଲୀ : କଂଗ୍ରେସ ୱାର୍କିଂ କମିଟି ବୈଠକର କିଛି ଦିନ ପରେ ଦଳର ବରିଷ୍ଠ ନେତା କପିଲ ସିବଲ ମଙ୍ଗଳବାର ଦିନ ଦାବୀ କରିଛନ୍ତି ଯେ, ଗାନ୍ଧୀ ପରିବାର ବ୍ୟତୀତ ଅନ୍ୟ କାହାକୁ ନେତୃତ୍ୱ ନେବାର ସୁଯୋଗ ଦିଆଯାଉ । ୨୦୧୪ ନିର୍ବାଚନ ପରାଜୟ ପରଠାରୁ କଂଗ୍ରେସ କ୍ରମାଗତ ଭାବେ ନିର୍ବାଚନରେ ​​ହାରୁଛି । ସେ କହିଛନ୍ତି, “ସିଡ଼ବ୍ଲୁସି ଦଳର ନେତୃତ୍ୱ ଉପରେ ବିଶ୍ୱାସ ପ୍ରକାଶ କରିଛି, କିନ୍ତୁ ସିଡ଼ବ୍ଲୁସି ବାହାରେ ଥିବା ଲୋକମାନେ ଅନୁଭବ କରୁଛନ୍ତି ଯେ, ନୂତନ ନେତାଙ୍କୁ ନେତୃତ୍ୱ ଦିଆଯାଉ । ଅନ୍ୟ କାହାକୁ ଦଳର ନେତୃତ୍ୱ ନେବାକୁ ସୁଯୋଗ ଦିଆଯିବା ଉଚିତ ।”

ଦଳ ମଧ୍ୟରେ ସଂସ୍କାର ଆଣିବାକୁ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ଦସ୍‌ସ୍ତଖତ କରିଥିବା ନେତାଙ୍‌ଙ୍କ ମଧ୍ୟରୁ ସିବଲ ଅନ୍ୟତମ । କିନ୍ତୁ ସୂତ୍ରରୁ ପ୍ରକାଶ ଯେ, ରବିବାର ଦିନ ସିଡ଼ବ୍ଲୁସି ବୈଠକରେ ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମା ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ଉଠାଇ ନାହାଁନ୍ତି । ରବିବାର ଦିନ ସିଡ଼ବ୍ଲୁସିରେ ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ନେତୃତ୍ୱରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏହାକୁ ସିଡବ୍ଲ୍ୟୁଡିସି ପ୍ରତ୍ୟାଖ୍ୟାନ କରିଥିଲା ।

Leave A Reply

Your email address will not be published.