କାବୁଲ : କାବୁଲରେ ସନ୍ଦିଗ୍ଧ ଆଇଏସଆଇଏସ୍-କେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆମେରିକା ଏକ ଏୟାର ଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ରୁଷ ଗଣମାଧ୍ୟମ ପକ୍ଷରୁ ଦାବୀ ହେଉଛି ଯେ, ଆମେରିକା ଆଜି କାବୁଲ ବିମାନବନ୍ଦରର ଉତ୍ତର-ପଶ୍ଚିମ ଦିଗରେ ରକେଟ୍ ଆକ୍ରମଣ କରିଥିଲା । ଏହି ଏୟାର ଷ୍ଟ୍ରାଇକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।
ଏହି ସାମରିକ ଷ୍ଟ୍ରାଇକ ସମ୍ପର୍କରେ ଆମେରିକାର ଅଧିକାରୀମାନେ କହିଛନ୍ତି ଯେ, ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଟାର୍ଗେଟ କରୁଥିବା ବେଳେ ଏହି ରକେଟକୁ ଟାର୍ଗେଟ କରାଯାଇଛି । ଏହି ଆତ୍ମଘାତୀ କାର ବିସ୍ଫୋରଣକାରୀ କାବୁଲ ବିମାନବନ୍ଦରରେ ବିସ୍ଫୋରଣ କରିବାକୁ ଚାହୁଁଥିଲା । ଏହାପୂର୍ବରୁ ତାଲିବାନ ଏହା ମଧ୍ୟ କହିଛି ଯେ, ଏକ ପ୍ରମୁଖ ଫିଡାଏନ୍ ଆକ୍ରମଣକୁ ରୋକିବା ପାଇଁ ଆମେରିକା ଏହି ପଦକ୍ଷେପ ନେଇଛି ।
ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର ବିଲ ଅର୍ବନ ଏହି ଏୟାର ଷ୍ଟ୍ରାଇକକୁ ନିଶ୍ଚିତ କରି କହିଛନ୍ତି ଯେ, ଟାର୍ଗେଟରେ ଥିବା କାରରେ ହୋଇଥିବା ବିସ୍ଫୋରଣରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ଆକଳନ କରାଯାଉଛି ।
ତେବେ ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ୟ୍ୟ ମଧ୍ୟରେ କାବୁଲ ବିମାନବନ୍ଦର ନିକଟରେ ଏକ ରକେଟ୍ ଆକ୍ରମଣ ହୋଇଛି । ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ବିବେଚନା କରାଯାଉଥିଲା । ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଘରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା । ଏହି ଆକ୍ରମଣ ସମ୍ପର୍କରେ ରୁଷର ଗଣମାଧ୍ୟମ ଦାବୀ କରିଛି ଯେ, ଏହା ଆମେରିକାର ଏୟାର ଷ୍ଟ୍ରାଇକ୍ । ଆମେରିକାର ଅଧିକାରୀ ଏବଂ ତାଲିବାନ ମଧ୍ୟ ଏହାକୁ ସାମରିକ ଅପରେସନ୍ ବୋଲି ବିବେଚନା କରିଛନ୍ତି ।