ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୟୁକ୍ରେନକୁ ଧ୍ୱଂସ କରିଦେଇଛି । ରୁଷର ଆକ୍ରମଣାତ୍ମକ ରୂପ ନେଇ ସମଗ୍ର ବିଶ୍ୱ ଚକିତ ହୋଇଯାଇଛି । ୟୁକ୍ରେନ ପଟରୁ କୌଣସି ଦେଶ ରୁଷ ବିପକ୍ଷରେ ପ୍ରତ୍ୟକ୍ଷ ଶତ୍ରୁତା କରିପାରିବେ ନାହିଁ ଭଳି ସ୍ଥିତି ସ୍ପଷ୍ଟ ହୋଇଯାଇଛି । କିନ୍ତୁ ରୁଷକୁ ଦୁର୍ବଳ କରିଦେବା ପାଇଁ ଆମେରିକା, କାନାଡା ସମେତ ଅନେକ ପାଶ୍ଚାତ୍ୟ ଦେଶ କ୍ରମାଗତ ଭାବରେ ରୁଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଉଛନ୍ତି । କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ କହିଛନ୍ତି ଯେ, ୟୁକ୍ରେନ ଆମର ଏ୭ ସହଭାଗୀ । କାନାଡାବାସୀ ତାଙ୍କ ସହ ଠିଆ ହେବା ପାଇଁ ଅଧିକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ, ଯାହା ରୁଷକୁ ଆର୍ଥିକ ଦୃଷ୍ଟିରୁ ଖୋକ୍ଲା କରିବ । ପୁଟିନ ଏବଂ ତାଙ୍କ ସମର୍ଥକଙ୍କ ଉପରେ ଚାପ ପକାଇବ ।
ଏହାପୂର୍ବରୁ ଜଷ୍ଟିନ ଟ୍ରୁଡୋ ତାଙ୍କ ଦେଶର ନାଗରିକମାନଙ୍କୁ ରୁଷକୁ ଯିବାକୁ ଏବଂ ରୁଷରେ ଥିବା ଲୋକଙ୍କୁ ଫେରି ଆସିବାକୁ ପରାମର୍ଶ ଦେଇଥିଲେ । ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ୟୁକ୍ରେନ ସହିତ ସଶସ୍ତ୍ର ସଂଘର୍ଷର ପ୍ରଭାବ ଯୋଗୁଁ ସମସ୍ତ ନାଗରିକ ରୁଷ ଯାତ୍ରାକୁ ଏଡ଼ାଇବା ଉଚିତ୍, ଯେଉଁଥିରେ ସୀମିତ ବିମାନ ବିକଳ୍ପ ଏବଂ ଆର୍ଥିକ କାରବାର ଉପରେ ପ୍ରତିବନ୍ଧକ ଅନ୍ତର୍ଭୁକ୍ତ ।