om academy

ୟୁପି ନିର୍ବାଚନ ପୂର୍ବରୁ ଯୋଗୀଙ୍କ ଉପହାର : କୃଷକମାନଙ୍କ ପାଇଁ ବିଦ୍ୟୁତ୍ ବିଲରେ ୫୦% ରିହାତି

jsm

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ମାଗଣା ବିଦ୍ୟୁତ୍ ସମ୍ବନ୍ଧରେ ବିରୋଧୀ ଦଳର ପ୍ରତିଶ୍ରୁତି ମଧ୍ୟରେ ଶାସକ ଭାରତୀୟ ଜନତା ପାର୍ଟି ଚାଷୀଙ୍କ ପାଇଁ ବିଶେଷ ଉପହାର ଘୋଷଣା କରିଛି । ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରାୟ ସମସ୍ତ ଦଳ ବିଦ୍ୟୁତ୍ ସମ୍ବନ୍ଧରେ ଲୋକଙ୍କୁ ବଡ଼ ପ୍ରତିଶୃତି ଦେଇଛନ୍ତି । ଗୁରୁବାର ଦିନ କୃଷକମାନଙ୍କୁ ଏକ ବଡ଼ ଆଶ୍ୱସ୍ତ ଦେଇ ଯୋଗୀ ସରକାର ସେମାନଙ୍କ ବିଦ୍ୟୁତ୍ ବିଲରେ ୫୦ ପ୍ରତିଶତ ରିହାତି ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତିରେ ରାଜ୍ୟ ସରକାରଙ୍କୁ ବର୍ଷକୁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ୟୁପି ପାୱାର କର୍ପୋରେସନ ଲିମିଟେଡକୁ ରାଜ୍ୟ ସରକାର ଏହି ରାଶି ପ୍ରଦାନ କରିବେ । ଏହି ଛାଡ କୃଷକମାନଙ୍କ ଦ୍ୱାରା ଜଳସେଚନ ପାଇଁ ବ୍ୟବହୃତ ଘରୋଇ ଟ୍ୟୁବ୍ କୂଅର ବିଦ୍ୟୁତ୍ ବିଲ୍ ଉପରେ ଲାଗୁ ହେବ ।

Leave A Reply

Your email address will not be published.