ମହୀଶୂର : ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ତଥା ବିଶ୍ୱର ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଭାରତୀୟ ସଭ୍ୟତା ଏବଂ ସଂସ୍କୃତିର ଏକ ଚମତ୍କାର ଐତିହ୍ୟ ଯୋଗ ; ଏହା କେବଳ ଲୋକଙ୍କ ଜୀବନର ଏକ ଅଂଶ ନୁହେଁ । ଆଜି ଦୁନିଆରେ ବର୍ତ୍ତମାନ ଜୀବନର ଏକ ଅଂଶ ହୋଇଛି ଯୋଗ । ଯୋଗ ଜୀବନ ପାଇଁ ଏକ ସୁଗମ ପଥରେ ପରିଣତ ହେଉଛି । ଯୋଗ ଦିବସ ଅବସରରେ ମହୀଶୂରର ପ୍ୟାଲେସ୍ ଗ୍ରାଉଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯୋଗ କେବଳ ବିଶ୍ୱ ସ୍ୱାସ୍ଥ୍ୟକୁ ଦିଗଦର୍ଶନ ଦେଉ ନାହୁଁ, ବରଂ ସମଗ୍ର ମାନବିକତା ପାଇଁ ଏକ ବିଶ୍ୱସ୍ତରୀୟ ପର୍ବରେ ପରିଣତ ହୋଇଛି । ସେ ଏଠାରେ ପ୍ରାୟ ୧୫୦୦୦ ଲୋକଙ୍କ ସହିତ ଯୋଗ ଅଭ୍ୟାସ କରିଥିଲେ ।