ls

କ୍ଷମତାରୁ ବିଦାୟ ନେବା ସମୟରେ ଟ୍ରମ୍ପ ଚୀନ୍‌କୁ ଦେଇଛନ୍ତି ଆଉ ଏକ ଝଟକା : ସାଓମି ଆମେରିକାରେ ନିଷିଦ୍ଧ

sb

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ କ୍ଷମତାରୁ ବିଦାୟ ନେବେ । କିନ୍ତୁ ଯିବା ଯିବା ବେଳେ ବି ଚୀନ୍ ଉପରେ କଡ଼ା ଆକ୍ରୋଶ ଦେଖାଇଛ‌ନ୍ତି । ଚୀନ୍ କମ୍ପାନୀଗୁଡିକ ଉପରେ ଟ୍ରମ୍ପ ପ୍ରଶାସନ ଏକ ନୂଆ ପ୍ରତିବନ୍ଧକ ଲଗାଇଛି । ଏହା ସହିତ ଚୀନରୁ ଟେକ୍ନୋଲୋଜି ଆମଦାନି ବନ୍ଦ କରିବାକୁ ଫେଡେରାଲ୍ ସରକାର ଅଧିକ କ୍ଷମତା ଦେଇଛନ୍ତି ।

ଟ୍ରମ୍ପ ସରକାର ଚୀନ୍‌ର ରାଷ୍ଟ୍ରାୟତ୍ତ କମ୍ପାନୀ ଚାଇନା ନ୍ୟାସନାଲ ଅଫଶୋର ତୈଳ ନିଗମ ଏବଂ ମୋବାଇଲ୍ ଫୋନ୍ ନିର୍ମାତା ସାଓମିଙ୍କୁ କଳା ତାଲିକାରେ ରଖିଛନ୍ତି । ଏଥି ସହିତ ଆମେରିକାର ବାଣିଜ୍ୟ ମନ୍ତ୍ରଣାଳୟକୁ ଦେଶର ସୁରକ୍ଷା ପ୍ରତି ବିପଦ ଥିବା ପରି ଆମଦାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି ।

ଗୁରୁବାର ଦିନ ଆମେରିକାର ବାଣିଜ୍ୟ ମନ୍ତ୍ରଣାଳୟ ଚାଇନା ନ୍ୟାସନାଲ ଅଫଶୋର ତୈଳ ନିଗମକୁ କଳା ସଂସ୍ଥା ତାଲିକାରେ ସ୍ଥାନିତ କରିଛି । ଏହାର ଅର୍ଥ ହେଉଛି ଆମେରିକୀୟ ଗୋଷ୍ଠୀ ଏହି କମ୍ପାନୀର ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସାୟ କରିବାକୁ ସମର୍ଥ ହେବେ ନାହିଁ ।

pc pk
Leave A Reply

Your email address will not be published.