jayashree

ବିଦାୟ ପୂର୍ବରୁ ବରକୁ ଝଟ୍‌କା ଦେଲା କନ୍ୟା : କଳା ବର ସହ ଯିବି ନାହି ବୋଲି ଜିଦ୍‌ ଧରିଲା

ଗୋରଖପୁର : ଉତ୍ତରପ୍ରଦେଶର ଗୋରଖପୁରରେ ବିବାହ ପରେ କନ୍ୟାର ନିଷ୍ପତ୍ତି ସମଗ୍ର ପରିବେଶକୁ ବଦଳାଇ ଦେଇଛି । ବରର ହୋସ୍‌ ଉଡ଼ିଗଲା କନ୍ୟାର କଥା ଶୁଣି । ତାଙ୍କ ପରିବାର ଏବଂ ବରର ପରିବାର ମଧ୍ୟ ଝିଅର କଥାରେ ଆଶ୍ଚର୍ଯ୍ୟ ହୋଇଗଲେ । ସୂଚନା ଅନୁସାରେ ବିବାହର ସମସ୍ତ ରୀତିନୀତି ସମାପ୍ତ ହେବା ପରେ, ଯେତେବେଳେ ବିଦାୟ ସମୟ ଆସିଲା, ସେ ତାଙ୍କ ଶାଶୁ ଘରକୁ ଯିବାକୁ ମନା କରିଦେଲେ । ମାନ୍ୟଗଣ୍ୟ ଲୋକେ ଏବଂ ପୋଲିସ ମଧ୍ୟ ପହଞ୍ଚିଥିଲେ, କିନ୍ତୁ କିଛି ସୁଫଳ ମିଳି ନଥିଲା । ଶେଷରେ ପୋଲିସ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା କରି ଝିଅ ସପକ୍ଷରେ ଏକ ରାୟ ଦେଇଥିଲା ଏବଂ ବିବାହ ଭଙ୍ଗ ହୋଇଥିଲା ।

ସୂଚନାରେ କୁହାଯାଇଛି ଯେ, ବିବାହର ସମସ୍ତ ରୀତିନୀତି ପରେ କନ୍ୟା ହୃଦୟଙ୍ଗମ କଲେ ଯେ ବରର ରଂଗ କଳା ଏବଂ ତାଙ୍କ ଯୋଡି ତାଙ୍କ ସହିତ ଭଲ ଦେଖାଯିବ ନାହିଁ । ଏହି କାରଣରୁ ସେ ସକାଳେ ବିଦାୟ ନେବା ସମୟରେ ଶାଶୁଘର ଘରକୁ ଯିବାକୁ ମନା କରି ବିବାହ ବନ୍ଦ କରିଦେଇଥିଲେ ।

ଏହି ଘଟଣା ଗୋରଖପୁରର ଉରୁୱା ପୋଲିସ ଷ୍ଟେସନ ଅଂଚଳରେର ଘଟିଛି । ସୂଚନା ଅନୁଯାୟୀ, ଉରୁୱା ଅଞ୍ଚଳର ଖଜ୍ନି ପୋଲିସ ଷ୍ଟେସନରୁ ଏହି ବରଯାତ୍ରୀ ଆସିଥିଲା । ଝିଅଟିର ବାପା ସମସ୍ତ ପ୍ରକ୍ରିୟାକୁ ଆନଂଦର ସହିତ ସ୍ୱାଗତ କରିଥିଲେ । ବିବାହ ଶୋଭାଯାତ୍ରାରେ ମଧ୍ୟ ବରଯାତ୍ରୀ ଦଳ ଜୋରରେ ନାଚିଲେ ଏବଂ ଭୋଜି ଭାତ ସଂପନ୍ନ ହେଲା । ବର ଏବଂ ଚନ୍ୟା ମଧ୍ୟରେ ଜୟମାଳା ସମାରୋହ ଅନୁଷ୍ଠିତ ସରିଲା । ପଣ୍ଡିତଜୀ ସକାଳ ଚାରିଟା ସୁଦ୍ଧା ବିବାହକୁ ସଂପନ୍ନ କରିଥିଲେ । ବର ତାଙ୍କ ଦାମ୍ପତ୍ୟ ଜୀବନ ପାଇଁ ଖୁସି ଥିଲେ, କିନ୍ତୁ ବିଦାୟ ସମୟ ଆସିବା ପରେ ତାଙ୍କୁ କନ୍ୟା ନାପସନ୍ଦ କରାଯାଇଥିଲେ ।

ବର ଚଳା ବୋଲି କହି ଶାଶୁଘର ଘରକୁ ଯିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ କନ୍ୟା । ପ୍ରଥମେ ଲୋକମାନେ ଏହି କଥା ବୁଝି ପାରିନଥିଲେ । ତା’ପରେ ଯେତେବେଳେ କନ୍ୟା ତା’ର କଥାରେ ଅଟଳ ରହିଲେ, ତାପରେ କଥାଟି ବୁଝା ପଡ଼ିଥିଲା । ଏହା ପରେ ବରର ପରିବାର ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସି ଉଭୟ ପକ୍ଷକୁ ଥାନାକୁ ନେଇ ଯାଇଥିଲା, ଯେଉଁଠାରେ ସମାଧାନ ପାଇଁ ଆଲୋଚନା ହୋଇଥିଲା । କିନ୍ତୁ ଝିଅଟି ତାଙ୍କ ଶାଶୁ ଘରକୁ ଯିବାକୁ ରାଜି ହୋଇନଥିଲେ । ଏହା ପରେ ବିବାହ ବନ୍ଦ କରାଯାଇଥିଲା ।

Leave A Reply

Your email address will not be published.