ଦିଲ୍ଲୀରେ ବିପୁଳ ପରିମାଣର ବାଣ ଜବତ, ୬ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢଉ କରି ୨୦୦୦ କିଲୋରୁ ଅଧିକ ବାଣ ଜବତ କରିଥିବା ସୂଚନା ମିଳିଛି । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଦୀପାବଳି ପୂର୍ବରୁ ଦିଲ୍ଲୀ ପୋଲିସ ଆକ୍ସନ ମୁଡରେ ରହିଛି । ଦିଲ୍ଲୀ ପୋଲିସ ଦ୍ୱାରା ଦ୍ୱାରକା, ଉତ୍ତର ଦିଲ୍ଲୀ ଏଭଂ ଦକ୍ଷିଣ ଦିଲ୍ଲୀରେ ଅପରେସ କରାଯାଇଥିଲା । ଦ୍ୱାରକାର ଡେପୁଟି କମିଶନର ପୋଲିସ ଏମ. ହର୍ଷ ବର୍ଦ୍ଧନଙ୍କ ସୂଚନା ଅନୁଯାୟୀ ଦ୍ୱାରକାର ଉତ୍ତମ ନଗର ଏବଂ ରୱତା ମୋର ଅଞ୍ଚଳରେ ବେଆଇନ ବାଣ ବିକ୍ରି କରାଯାଉଥିଲା । ଏଠାରେ ପୋଲିସ ଚଢଉ କରି ୨୪ କିଲୋ ବାଣ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ।

ସେହିପରି ଦକ୍ଷିଣ ଦିଲ୍ଲୀ ଆମ୍ବେଦକର ନଗରରୁ ୧୧୯୩ କିଲୋ ବାଣ ଜବତ କରାଯିବା ସହ ଜଣେ ଗିରଫ ହୋଇଛି । ଉତ୍ତର ଦିଲ୍ଲୀରୁ ୬୧୧ କିଲୋ ବାଣ ଜବତ କରାଯିବା ସହ ଏଠାରୁ ମଧ୍ୟ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଏହି ମାମଲାରେ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଛି । ଦୀପାବଳି ଅବସରରେ ସାରା ଦେଶରେ ବର୍ତ୍ତମାନ ବେଆଇନ ବାଣ କାରବାର ଆରମ୍ଭ ହେଉଥିବାରୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନଜର ରଖାଯାଉଛି ।

Leave A Reply

Your email address will not be published.