ପୁତିନ ଭାବିଲେ ଆମେ ଜବାବ୍‌ ଦେବୁ ନାହିଁ, ଆମେ ପ୍ରସ୍ତୁତ, ଆମେ ୟୁକ୍ରେନର ଲୋକଙ୍କ ସହ ଅଛୁ : ବାଇଡେ଼ନ

ୱାଶିଂଟନ୍ : ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁନିଅନକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଏକଛତ୍ରବାଦୀ ଶାସନ ଉପରେ ସ୍ୱାଧୀନତା ସର୍ବଦା ଜିତିବ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ୟୁକ୍ରେନବାସୀଙ୍କ ସାହସରୁ ତାହା ସ୍ପଷ୍ଟ ହୋଇଛି । ଜେଲେନସ୍କି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଅନ୍ଧକାର ଉପରେ ଆଲୋକର ବିଜୟୀ ହେବ । ଆମକୁ ଏହି ବାର୍ତ୍ତା ଦୁନିଆକୁ ପଠାଇବାକୁ ପଡିବ । ଯେତେବେଳେ ଏକଛତ୍ରବାଦୀ ଶାସକମାନେ ସେମାନଙ୍କର କାର୍ୟ୍ୟକଳାପ ପାଇଁ ମୂଲ୍ୟ ଦିଅନ୍ତି ନାହିଁ, ସେତେବେଳେ ସେମାନେ ଅଧିକ କ୍ଷତି ଘଟାନ୍ତି । ଏହା ହେଉଛି ନାଟୋ ଗଠନ ହେବାର କାରଣ । ୟୁକ୍ରେନ ଉପରେ ପୁତିନଙ୍କ ଆକ୍ରମଣ ଏକ ଅପ୍ରାକୃତିକ କାର୍ୟ୍ୟ । ଆମେ ସେମାନଙ୍କୁ ଅନେକ ଥର ଚେତାବନୀ ଦେଇଥିଲୁ । ପୁତିନ ଏକ ବଡ ଭୁଲ କରିଛନ୍ତି, ସେ ଭାବିଥିଲେ ୟୁରୋପ ଏବଂ ପାଶ୍ଚାତ୍ୟ କିଛି ପ୍ରତିକ୍ରିୟା ପ୍ରକାଶ କରିବେ ନାହିଁ । କିନ୍ତୁ ସେ ଭୁଲ୍ ଥିଲେ, ଆମେ ପ୍ରସ୍ତୁତ ଥିଲୁ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି । ୟୁକ୍ରେନ-ରୁଷ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏକାସାଙ୍ଗରେ ସମସ୍ତ ରାଜ୍ୟକୁ ସମ୍ବୋଧିତ କରୁଛନ୍ତି ।

Leave A Reply

Your email address will not be published.