ଜାକିର ନାଇକଙ୍କ ‘ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ’ ଉପରେ କେନ୍ଦ୍ର ସରକାର ଆଉ ପାଞ୍ଚ ବର୍ଷ ପ୍ରତିବନ୍ଧକ ବଢ଼ାଇଲେ

ନୂଆଦିଲ୍ଲୀ : ଇସଲାମିକ୍ ପ୍ରଚାରକ ଜାକିର ନାଇକଙ୍କ ନେତୃତ୍ୱରେ ଇସଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଆଇଆରଏଫ୍) ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ସୋମବାର କେନ୍ଦ୍ର ସରକାର ଆଉ ପାଞ୍ଚ ବର୍ଷ ବଢ଼ାଇ ଦେଇଛନ୍ତି । ନାଇକ ବର୍ତ୍ତମାନ ମାଲେସିଆରେ ରୁହନ୍ତି । ଆଇଆରଏଫକୁ ପ୍ରଥମେ ୧୭ ନଭେମ୍ବର ୨୦୧୬ ରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ (୧୯୬୭ ର ୩୭) ଅନୁଯାୟୀ କେନ୍ଦ୍ର ସରକାର ଏକ ବେଆଇନ ସଂଗଠନ ଭାବରେ ଘୋଷଣା କରିଥିଲେ ।

Leave A Reply

Your email address will not be published.