ଅଲଗା ହେଲେ ଆଇଏସ୍‌ ଦମ୍ପତି ଟିନା ଓ ଅତହର

ନୂଆଦିଲ୍ଲୀ : ୨୦୧୫ର ୟୁପିଏସ୍‌ସି ଟପ୍ପର ଟିନା ଡାବି ଓ ସିଭିଲ୍ ସର୍ଭିସ୍‌ରେ ଦ୍ୱିତୀୟ ସ୍ଥାନରେ ରହିଥିବା ଅତହର ଖାନ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ତାଙ୍କର ଏହି ଭଲପାଇବା ବେଶିଦିନ ତିଷ୍ଠି ନପାରି ଗତ ୨୦୨୦ ନଭେମ୍ବର ମାସରେ ଏହି ଆଇଏଏସ୍ ଦମ୍ପତି ପାରସ୍ପରିକ ସହମତିରେ କୋର୍ଟରେ ତଲାକ ପାଇଁ ଆବେଦନ କରିଥିଲେ । ଦୀର୍ଘ ଗୋଟିଏ ବର୍ଷର ଲଢ଼େଇ ପରେ ବାରମ୍ବାର ଶୁଣାଣି କରି କୋର୍ଟ ଉଭୟଙ୍କୁ ଏକାଠି କରିବାକୁ ଚାହିଁଥିଲେ । ହେଲେ ଏହା ସମ୍ଭବ ହୋଇପାରି ନଥିଲା । ଶେଷରେ ଉଭୟଙ୍କ ଛାଡ଼ପତ୍ର ଉପରେ ମୋହର ମାରିଛନ୍ତି ରାଜସ୍ଥାନର ଜୟପୁର ଅନ୍ତର୍ଗତ ଗୋଟିଏ ଫ୍ୟାମିଲ କୋର୍ଟ ।

Leave A Reply

Your email address will not be published.