ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଦୁବାଇରେ ଖେଳାଯିବ

ନୂଆଦିଲ୍ଲୀ : କରୋନା ପାଇଁ ଅଧାରୁ ସ୍ଥଗିତ ରହିଥିବା ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଦୁବାଇ(ୟୁଏଇ)ରେ ଖେଳାଯିବ। ଆସନ୍ତା ସେପ୍ଟେମ୍ଵର-ଅକ୍ଟୋବରରେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ୩୧ଟି ମ୍ୟାଚ୍ ଦୁବାଇରେ ଆୟୋଜନ କରାଯିବ। ଶନିବାର ବିସିସିଆଇର ସ୍ପେଶାଲ ଜେନେରାଲ୍ ମିଟିଙ୍ଗରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀ ମଧ୍ୟରେ ଗତ ଏପ୍ରିଲରେ ବିନା ଦର୍ଶକ ଏବଂ ଜୈବ ବଳୟ ମଧ୍ୟରେ ଆଇପିଏଲ୍ ୨୦୨୧କୁ ଭାରତରେ ଆୟୋଜନ କରାଯାଇ ମ୍ୟାଚ୍‌ଗୁଡ଼ିକୁ ଖେଳାଯାଇଥିଲା । କିନ୍ତୁ ଲିଗ୍ ମ୍ୟାଚ୍ ଶେଷ ବେଳକୁ ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ବିସିସିଆଇ ସାମୟିକ ଭାବେ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପୁଣିଥରେ ଆଇପିଏଲ୍ ହେବ କି ନାହିଁ ସେନେଇ ସମସ୍ତେ ଦ୍ଵନ୍ଦ୍ଵରେ ଥିଲେ । ତେଣୁ ଶନିବାର ବିସିସିଆଇ ପକ୍ଷରୁ ଏକ ଭର୍ଚୁଆଲ ବୈଠକ କରାଯାଇ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ ପାଇଁ ଆଲୋଚନା ହୋଇଥିଲା । ୟୁଏଇରେ ଆଇପିଏଲ୍‌ର ଅବଶିଷ୍ଚ ମ୍ୟାଚ୍ ଖେଳାଯିବା ନେଇ ବୈଠକରେ ବଡ ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.