ଭୁଷୁଡ଼ିବ ଇମ୍‌ରାନ୍‌ ଖାନଙ୍କ ସରକାର, ଏପ୍ରିଲ ୩ରେ ଆନାସ୍ଥା ପ୍ରସ୍ତାବ

ଇସ୍‌ଲାମାବାଦ : ପାକିସ୍ତାନରେ ଏବେ ରାଜନୀତି ଆକାଶ ଦ୍ୱନ୍ଦର ମେଘରେ ଆଚ୍ଛାଦିତ ହୋଇ ରହିଛି । ଇମ୍‌ରାନ୍‌ ଖାନ୍‌ଙ୍କ ସରକାର ଏବେ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଆସନ୍ତା ୩ ତାରିଖରେ ହେବ ଅନାସ୍ଥା ପ୍ରସ୍ତାବ ପାଇଁ ମତଦାନ । ଇମ୍‌ରାନ୍‌ଙ୍କ ପାଖରେ ୧୬୪ ଜଣ ସାଂସଦ ରହିଥିବା ବେଳେ ବିରୋଧୀ ଶିବିରରେ ୧୭୭ ସାଂସଦ ରହିଥିବା ଆଲୋଚନା ହେଉଛି । ତେବେ ବି ଇମ୍‌ରାନ୍‌ଙ୍କ ୱକେଟ୍‌ ବଂଚାଇବାର ଚେଷ୍ଟା ଜାରି ରହିଛି । ତଥାପି ଇମ୍‌ରାନ୍‌ଙ୍କ ସରକାର ଭୁଷୁଡ଼ିବା ସ୍ୱଭାବିକ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.