ହିଜାବ ବିବାଦ : ହିଜାବ ପିନ୍ଧି କଲେଜ ବାହାରେ ହଙ୍ଗାମା କଲେ ଛାତ୍ରୀ, ‘ୱି ୱାଣ୍ଟ ଜଷ୍ଟିସ୍‌’ ନାରା ଲଗାଇଲେ

ବିଜୟପୁରା : କର୍ଣ୍ଣାଟକରେ ହିଜାବକୁ ନେଇ ପୁଣିଥରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ହିଜବା ପିନ୍ଧିଥିବା ଛାତ୍ରୀମାନେ ବିଜୟପୁରାର ଏକ କଲେଜରେ ପଶିବା ପାଇଁ ହଙ୍ଗାମା କରିଛନ୍ତି । ଛାତ୍ରୀମାନେ ହିଜାବ ପିନ୍ଧି କଲେଜକୁ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ଅଧ୍ୟାପକ ମାନେ ସେମାନଙ୍କୁ ରୋକିଥିଲେ । ଏଥିରେ ଛାତ୍ରୀମାନେ ଉତ୍ୟକ୍ତ ହୋଇ ହଙ୍ଗାମା ଆରମ୍ଭ କରିଦେଲେ ଓ ନାରା ଲଗାଇଲେ ‘ୱି ୱାଣ୍ଟ ଜଷ୍ଟିସ୍‌’ । ସୂଚନାଯୋଗ୍ୟ, କର୍ଣ୍ଣାଟକ ହାଇକୋର୍ଟ ଅନ୍ତରିମ ଆଦେଶ ଦେଇଛନ୍ତି ଯେ, ଅନ୍ତିମ ଆଦେଶ ପର୍ଯ୍ୟନ୍ତ ସ୍କୁଲ ଏବଂ କଲେଜରେ ହିଜାବ, ଭଗୱା ସାଲ କିମ୍ବା ଅନ୍ୟ କୌଣସି ପ୍ରତୀକ ସହ ପ୍ରବେଶ ନିଷେଧ । ତେବେ ବିଜୟପୁରାର ଅଧ୍ୟାପକମାନେ ହାଇକୋର୍ଟଙ୍କ ଅନ୍ତରିମ ଆଦେଶ ପାଳନ କରୁଥିବା ବେଳେ ହିଜାବ ପିନ୍ଧିଥିବା ଛାତ୍ରୀମାନେ ସେମାନଙ୍କ ସହ ଯୁକ୍ତିତର୍କ କରି ହଙ୍ଗାମା ଆରମ୍ଭ କରିଥିଲେ ।

Leave A Reply

Your email address will not be published.