ls

ଗାଜିଆବାଦରେ ଡ଼ବଲ୍‌ ମର୍ଡର : ବଜରଙ୍ଗ ଦଳ କାର୍ୟ୍ୟକର୍ତ୍ତାଙ୍କ ଘରେ ପଶି ଦୁଇଜଣ ମହିଳାଙ୍କୁ ହତ୍ୟା, ୩ ଶିଶୁ ଆହତ

sb

ଗାଜିଆବାଦ : ଦେଶର ରାଜଧାନୀ ନୂଆଦିଲ୍ଲୀ ନିକଟରେ ଥିବା ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଅପରାଧୀମାନେ ବିନା ଭୟରେ ଅପରାଧ କରୁଛନ୍ତି । ଗାଜିଆବାଦର ଶତାବ୍ଦୀପୁରମ୍‌ ଅଞ୍ଚଳରୁ ସଦ୍ୟତମ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଅପରାଧୀମାନେ ଏକ ଘରେ ପ୍ରବେଶ କରି ବିଭ‌ତ୍ସ କା‌ଣ୍ଡ ରଚିଥିଲେ । ଘରେ ପଶି ଅପରାଧୀମାନେ ଦୁଇ ମହିଳାଙ୍କୁ ଛୁରାମାଡ଼ କରି ହତ୍ୟା କରିଥିଲେ । ଏଥିରେ ତିନି ଶିଶୁ ମଧ୍ୟ ଗୁରୁତର ଆହତ ହୋଇଥିଲେ ।

ସୂଚନା ଅନୁସାରେ ଶନିବାର ଦିନ ଅପରାଧୀମାନେ ଗୋବିନ୍ଦପୁରମ୍‌ ନିକଟସ୍ଥ ଶତାବ୍ଦୀପୁରମ୍‌ ଅଞ୍ଚଳରେ ରହୁଥିବା ବଜରଙ୍ଗ ଦଳ କର୍ମୀ ମହେଶଙ୍କ ଘରେ ଆକ୍ରମଣ କରିଥିଲେ । ଘରେ ପ୍ରବେଶ କରିଥିବା ଅପରାଧୀମାନେ ମହେଶଙ୍କ ପତ୍ନୀ ଏବଂ ଟ୍ୟୁସନ୍‌ ପଢ଼ାଇବାକୁ ଘରକୁ ଆସିଥିବା ଜଣେ ଯୁବତୀଙ୍କୁ ହତ୍ୟା କରିଥିବା ବେଳେ ତିନି ପିଲାଙ୍କୁ ଛୁରୀରେ ଆକ୍ରମଣ କରିଛ‌ନ୍ତି । ଗୁରୁତର ଆହତ ତିନିଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣା ଲୁଟ୍ କିମ୍ବା ପୁରୁଣା ଶତ୍ରୁତା ହେତୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଅଭିଯୁକ୍ତ‌ଙ୍କୁ ଗିରଫ କରିବା ପାଇଁ ‌ସ୍ୱତନ୍ତ୍ର ଟିମ୍ ପଠାଯାଇଛି ବୋଲି ଗାଜିଆବାଦ ପୋଲିସ କହିଛି।

pc pk
Leave A Reply

Your email address will not be published.