ଇରାକରେ ୧୩ ତୁର୍କୀ ସୈନିକଙ୍କୁ ହତ୍ୟା

ଅଙ୍କାରା : ପାକିସ୍ତାନ ସହିତ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପ ବଢ଼ାଇବାକୁ ଯୋଜନା କରୁଥିବା ତୁର୍କୀ ଇରାକରେ ଏକ ବଡ଼ ଧରଣର ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି । ଉତ୍ତର ଇରାକର ଗୁମ୍ଫା ଭିତରେ କୁର୍ଦ୍ଦ ଗରିଲା ଗୋଷ୍ଠୀ ପିକେକେ ୧୩ ଜଣ ତୁର୍କୀ ସୈନିକ ଏବଂ ପୋଲିସ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏହି ଭାୟାନକ ଆକ୍ରମଣରେ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଦଗାନ୍ କ୍ରୋଧାନ୍ୱିତ ହୋଇ ଆମେରିକାକୁ ଟାର୍ଗେଟ କରିଛନ୍ତି ।
ଗତ ୩ ଦଶନ୍ଧି ଧରି ତୁର୍କୀ ସରକାରଙ୍କ ସହ ପିକେକେର ଗରିଲା ଗୋଷ୍ଠୀ ସହ ବିବାଦ ଅଛନ୍ତି । ଇରାକ ସରକାର ରିପୋର୍ଟ କରିଛନ୍ତି ଯେ, ଉତ୍ତର ଇରାକରେ ହୋଇଥିବା ସାମରିକ ଅପରେସନ୍ ସମୟରେ ତୁର୍କୀ ସୈନିକମାନେ ଗୁମ୍ଫାରୁ ନିହତ ସୈନିକଙ୍କ ମୃତଦେହ ଉଦ୍ଧାର କରିଥିଲେ । ୧୨ ଜଣ ତୁର୍କୀ ସୈନିକଙ୍କ ମୁଣ୍ଡ କାଟି ଦିଆଯାଇଥିବା ବେଳେ ଜଣେ ସୈନିକଙ୍କ ମୁଣ୍ଡରେ ଗୁଳି ବାଜିଛି । ଏହି ସୈନିକମାନଙ୍କ ମୃତ୍ୟୁ ତୁର୍କୀ ରାଜନୀତିରେ ଝଡ଼ ସୃଷ୍ଟି କରିଛି ।

Leave A Reply

Your email address will not be published.

error: Content is protected !!