ହାଇଦ୍ରାବାଦ : ତେଲେଙ୍ଗାନାର ୟାଦାଦ୍ରୀ-ଭୋଙ୍ଗୀର ଜିଲ୍ଲାର ମନ୍ଦିର ନଗର ୟାଦାଗିରିଗୁଟ୍ଟାରେ ଗତକାଲି ଐତିହ କୋଠାର ଛାୟା ଭୁଶୁଡ଼ି ପଡ଼ିବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ପୋଲିସର କହିବା ଅନୁସାରେ ପାଖାପାଖି ୨୦ ବର୍ଷ ପୁରୁଣା ଏହି କୋଠାର ତଳ ମହଲାରେ ଏକ ଦୋକାନ ଏବଂ ପ୍ରଥମ ମହଲାରେ ଏକ ବାସଭବନ ଅଛି । ୟାଦାଗିରିଗୁଟା ଏଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ରହିଛି ।
ପୋଲିସ କହିଛି ଯେ ଏହି କୋଠାର ଛାଞା, ଏହାର ତଳେ ବସିଥିବା ଚାରି ଜଣଙ୍କ ଉପରେ ଖସି ପଡିଛି । ପୋଲିସ କହିଛି ଯେ ଏହି କାରଣରୁ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଥିବା ପୋଲିସ କହିଛି । ତେବେ କିଛି ଦିନ ପୂର୍ବରୁ ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଥିଲା । ଏହି ଘଟଣାରେ ୭ ଜଣ ଶ୍ରମିକ ଫସି ରହିଥିଲେ, ସେଥିମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା ।