ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ନୈତିକ ଏବଂ ସାମାଜିକ ଭାବରେ ଗ୍ରହଣୀୟ ନୁହେଁ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ

ଚଣ୍ଡିଗଡ଼ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି ଯେ, ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ନୈତିକ ଏବଂ ସାମାଜିକ ଭାବରେ ଗ୍ରହଣୀୟ ନୁହେଁ । ତେବେ ଦେଶର ବୃହତ୍ତମ କୋର୍ଟ ଏହାର ଅନେକ ଆଦେଶରେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି ।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଜଷ୍ଟିସ୍ ଏଚ୍.ଏସ୍. ମଦନ ମଇ ୧୧ ତାରିଖର ଏହି ଆଦେଶରେ ଆବେଦନକାରୀଙ୍କୁ ସୁରକ୍ଷା ଦେବାକୁ ମନା କରି ଦେଇଛନ୍ତି । ଏହି ଆବେଦନ କରିଥିବା ଦମ୍ପତି ହାଇକୋର୍ଟଙ୍କୁ କହିଛନ୍ତି ଯେ, ସେମାନେ ଏକାଠି ରହୁଛନ୍ତି ଏବଂ ଭବିଷ୍ୟତରେ ବିବାହ କରିବାକୁ ଇଚ୍ଛା କରୁଛନ୍ତି । କିନ୍ତୁ ଯୁବତୀଙ୍କ ପରିବାର ଯୁବତୀଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଦର୍ଶାଇଛନ୍ତି । ଏହି ମାମଲାରେ ଝିଅଟି ୧୯ ବର୍ଷର ଏବଂ ପୁଅ ୨୨ ବର୍ଷର । ଏହି ଆବେଦନରେ ସେମାନେ ପଞ୍ଜାବ ପୋଲିସ ଏବଂ ତରନତାରନ ଜିଲ୍ଲା ପୋଲିସକୁ ସେମାନଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.