ନୂଆଦିଲ୍ଲୀ : ସୀମା ସୁରକ୍ଷା ବଳ(ବିଏସଏଫ) ରାଜସ୍ଥାନର ଶ୍ରୀଗଙ୍ଗାନଗର ସେକ୍ଟରକୁ ଲାଗି ରହିଥିବା ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରୁ ଚୋରା ଚାଲାଣର ଏକ ବଡ ପ୍ରୟାସକୁ ପଣ୍ଡ କରିଦେଇଛନ୍ତି । ଏହାସହ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଏମାନଙ୍କ ନିକଟରୁ ପ୍ରାୟ ୩୦ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି । ଏହି ହେରୋଇନ ଡ୍ରୋନ ଜରିଆରେ ପାକିସ୍ତାନରୁ ଭାରତକୁ ପଠାଯାଇଥିଲା । ଗାଡିରେ ଡେଲିଭରି ନେବାକୁ ଆସିଥିବା ଚୋରା ଚାଲାଣକାରୀମାନେ ବିଏସଏଫ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ବିଏସଏଫ ଯବାନ । ଏହାସହ ୨ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା ।
Next Post