
ନୂଆଦିଲ୍ଲୀ : ମାଂସ ଖାଏବାର୍ ଲାଗି ସିନେ ଲୋକ୍ ମାଡ଼୍ ଲାଗ୍ସନ୍ ଇନ ପନିର୍ ଖାଏବାର୍ ଲାଗି ଘିଚାଟନା ମାଡ଼୍ଧର୍ ହେଉଛନ୍ । ଚୌକି ଫିକାଫୁକି ସାଙ୍ଗେ ଲାତ୍ ବିଧା ଥାପଡ଼୍ ଚାପଡ଼୍ ଆର୍ କେତେ କାଣା । ଏନ୍ତା ଗୁଟେ ଭିଡିଓ ଇହାଦେ ସୋସିଆଲ୍ ମିଡ଼ିଆ ଥି ଭାଏରାଲ୍ ହେବାର କେ ଲାଗିଛେ । ଲାଖ୍ ଲାଖ୍ ଲୋକ ଇ ଭିଡିଓ କେ ଦେଖି ସାର୍ଲେ ନ’ । ହେଲେ ଇ ଘଟନା କେନେ ଘଟିଛେ ସେଟା ଜନା ନି ପଡ୍ବାର୍ ତାଏଲ୍ । ସେଟା ଯାହା ବି ହେଉ ଇ ପନିର୍ ଟିକାକର୍ ଲାଗି ଏନ୍ତା ମାଡ଼୍ ଧର୍ ହେବାର୍ ଟା ଚର୍ଚ୍ଚାର୍ ବିଷୋ ପାଲ୍ଟି ଛେ । ମିଲିଥିବାର୍ ସୂଚନା ଅନ୍ସାରେ ବିହା ଭୁଜି ଜୋର୍ ସୋର୍ ଚାଲିଥିବାର୍ ବେଲ୍କେ ପନିର୍ ତର୍କାରୀ ଲାଗିର୍ ବର ପକ୍ଷ ଆର୍ କନିଆ ପକ୍ଷ ଭିତରେ ଘମାଘୋଟ୍ ଘିଚାଟନା ଆରମ୍ଭ ହେଇଥିଲା । ତାର୍ ପରେ ଷ୍ଟାର୍ଟ ହେଇଥିଲା ଆକ୍ସନ୍ । ଚୌକି ଫିକାଫୁକି ସାଙ୍ଗେ ଲାତ୍ ବିଧା ଥାପଡ଼୍ ଚାପଡ଼୍ ଆର୍ କେତେ କାଣା । ଘଟନାର୍ ଖବର ପାଇ ପୁଲିସ୍ ଘଟନା ସ୍ଥଲ୍କେ ପହଁଚି ସ୍ଥିତିକେ ଆୟତ୍ତ କରିଥିଲା । ତେହେରୁ ପଚ୍ରାଉଚ୍ରା କରି ଜାନ୍ବାର୍ କେ ପାଏଲା ଯେ ଇ ନାଟର୍ ଗୋବର୍ଦ୍ଧନ ହେଉଛେ ପନିର୍ ତର୍କାରୀ ।