ନୂଆଦିଲ୍ଲୀ : ଜୁଲାଇ ୬ରୁ ବୃଦ୍ଧି ପାଇଛି ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍ । ଏଥର ପ୍ରତି ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦାମ୍ ଆଜିଠାରୁ ଲାଗୁ କରାଯିବ । ଏବେ ରାଜଧାନୀ ଦିଲ୍ଲୀରେ ଗୋଟିଏ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୦୫୩ ଟଙ୍କାରେ ପହଞ୍ଚିଛି । ସେହିପରି ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ୍ ବି ୧୮ ଟଙ୍କା ବୃଦ୍ଧି ହୋଇଛି । ହେଲେ ୧୯ କିଲୋଗ୍ରାମ ବାଲା କମର୍ସିିଆଲ ସିଲିଣ୍ଡର ଦାମ୍ରେ ୮ଟଙ୍କା ୫୦ ପଇସା କମ୍ କରି ଦିଆଯାଇଛି ।